ଦୀର୍ଘ ୮୫ ବର୍ଷରୁ ଚାଲୁଛି ଦୁନିଆର ସବୁଠାରୁ ପୁରୁଣା ସାଣ୍ଟା ସ୍କୁଲ ,କେବଳ ମୋଟା ଓ ପେଟୁ ଲୋକଙ୍କୁ ମିଳୁଛି ଆଡମିସନ

୨୦୨୧ର ଖ୍ରୀଷ୍ଟମାସ କୋଭିଡ ସମୟରେ ମଧ୍ୟ ଅତି ଜାକ ଜମକରେ ଚାଲିଛି । ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱ ଖ୍ରୀଷ୍ଟମାସ ପାଳନ କରୁଛି । ଖ୍ରୀଷ୍ଟମାସ ମାନେ ହିଁ ହେଉଛି ଅର୍ଥ ସାଣ୍ଟା କ୍ଲଜ୍ । ଯଦି ଖ୍ରୀଷ୍ଟମାସ ବିଷୟରେ ଉଲ୍ଲେଖ କରାଯାଏ ତେବେ ସାନ୍ତା କ୍ଲଜ କୁ କେବେ ପଛରେ ପକାଇ ହେବ ନାହିଁ । କାରଣ ସେହି ସାଣ୍ଟା ହିଁ ସମସ୍ତଙ୍କ ମୁଖରେ ଖୁସି ଭରିଦେଇଥାଏ । ଆପଣ ମାନେ ଦେଖିଥିବେ ଯେ ବଡ ଦିନରେ ରାସ୍ତା କଡରେ ମଧ୍ୟ ସାଣ୍ଟା କ୍ଲଜ ପୋଷାକ ଓ କ୍ୟାପ ବିକ୍ରି ହୋଇଥାଏ । ଯାହାକୁ କିଣିବା ପାଇଁ ପିଲାମାନେ ଉତ୍ସୁକ ଥାଆନ୍ତି ।
ତେଣୁ ଆପଣ ଜାଣନ୍ତି କି , ଏହି ସାଣ୍ଟା ମାନଙ୍କର ଏକ ସ୍କୁଲ ବି ଅଛି ବୋଲି । ପୁଣି ଏଠାରେ ସମସ୍ତଙ୍କୁ ଆଡମିସନ ମିଳି ନଥାଏ , କେବଳ ସେହିମାନଙ୍କୁ ଆଡମିସନ ମିଳିଥାଏ ଯେଉଁମାନେ ମୋଟା ଥାଆନ୍ତି ଓ ତାଙ୍କ ପେଟ ଟିକେ ବଡ ଥାଏ ।

ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠାରେ ଗତ ୮୫ ବର୍ଷ ଧରି ସାନ୍ତାଙ୍କୁ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ ପରେ ଲୋକଙ୍କୁ ସାନ୍ତା ଭଳି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ । ସେମାନେ କପରି ଭାବେ ଲୋକଙ୍କୁ ସରପ୍ରାଇଜ ଦେବେ ଓ କିପରି ବ୍ୟବହାର କରିବେ ସେହି ସବୁ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥାଏ ।

ଗତ ୮୫ ବର୍ଷ ଧରି, ମିଚିଗାନରେ ଅବସ୍ଥିତ ଚାର୍ଲ୍ସ ଡବ୍ଲୁ ହାୱାର୍ଡ ସାଣ୍ଟା କ୍ଲଜ୍ ସ୍କୁଲରେ ସାନ୍ତାଙ୍କୁ ତାଲିମ ଦିଆଯାଉଛି । ୧୯୩୭ ରୁ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଏହା ହେଉଛି ସର୍ବ ପୁରାତନ ସାଣ୍ଟା ବିଦ୍ୟାଳୟ । ଏଥିରେ ସାନ୍ତାଙ୍କ ପରି ଆକ୍ଟିଙ୍ଗ କରିବାକୁ ତାଲିମ ଦିଆଯାଏ । ପୁଣି ଏହି ବର୍ଷ ଆଜି ସାଣ୍ଟା ବିଦ୍ୟାଳୟ ଏହାର ୮୫ ତମ ବାର୍ଷିକୀ ପାଳନ କରିବ।

ଏହି ସ୍କୁଲ ରେ ୩୦୦ ରୁ ଅଧିକ ଛାତ୍ର ସବୁ ବର୍ଷ ଆଡମିସନ ହୋଇଥାଆନ୍ତି । ଏଥିରେ ଛାତ୍ରମାନଙ୍କୁ ସାନ୍ତା ପରି ନାଚିବା ଏବଂ ଜିଙ୍ଗଲ୍ ବେଲ୍ସ ଗାଇବା ଶିଖାଯାଏ , ଏହା ବ୍ୟତୀତ ନାଲି ପୋଷାକ ପିନ୍ଧିବା ପାଇଁ ମାତ୍ର ତିରିଶ ସେକେଣ୍ଡରେ ସାନ୍ତା ପରି ପ୍ରସ୍ତୁତ ହେବାର କୌଶଳ ଶିଖାଯାଏ ବର୍ଷ । ତେବେ ସବୁଠାରୁ ବଡ କଥା ହେଉଛି ଏହି ବିଦ୍ୟାଳୟ ଜଣେ କୃଷକ ଖୋଲିଥିଲେ । ପୁଣି ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ଆପଣଙ୍କୁ ମୋଟା ହେବାକୁ ପଡିବ । ତେବେ ଏହି ସ୍କୁଲ ରେ ଅନେକ ପ୍ରକାର କୋର୍ସ ରହିଛି । ଏହିଠାରୁ ଅନେକ ସାଣ୍ଟା ପାସ କରି ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି । ବର୍ତ୍ତମାନ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ଟମ୍ ଏବଂ ହୋଲି ଭାଲେଣ୍ଟ୍ । ଆଜି ବି ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.