ଦୈନିକ କଞ୍ଚା ପିଆଜ ଖାଇବା ଦ୍ୱାରା କ୍ୟାନ୍ସର, ଡାଇବେଟିସ୍‌ ଓ ହୃଦ୍‌ଘାତ ଭଳି ରୋଗକୁ କରିହେବ ଦୂର

ଶରୀର ଥିଲେ ରୋଗ ଅଛି । ତେବେ ରୋଗରେ ପଡ଼ି ଚିକିତ୍ସିତ ହେବା ଅପେକ୍ଷା ଶରୀରକୁ ରୋଗ ପ୍ରତିରୋଧକ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ରୋଗ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ପ୍ରକୃତି ଆମକୁ ସବୁ କିଛି ଦେଇଛି । ଆମେ କେବଳ ଏହାର ଠିକ୍‌ ବ୍ୟବହାର କରି ପାରୁନା ।

ପ୍ରକୃତି ଆମକୁ ଦେଇଥିବା ଏଭଳି କିଛି ଜିନିଷ ଅଛି ଯାହାକୁ ଆମେ ଦୈନନ୍ଦିନ ବ୍ୟବହାର କରୁଥିଲେ ବି ତା’ର ଉପକାରୀତା ବିଷୟରେ ଜାଣି ପାରୁନା । ପିଆଜ ଏକ ଏପରି ଦ୍ରବ୍ୟ ଯାହାର ସେବନ ଦ୍ୱାରା କ୍ୟାନ୍‌ସର୍‌, ଡାଇବେଟିସ୍‌ ଓ ହାର୍ଟ ବ୍ଲକେଜ୍‌ ଭଳି ରୋଗ ବି ଭଲ୍‌ ହୋଇଯାଇପାରେ । ତେବେ କଞ୍ଚା ପିଆଜ ଅଧିକ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ପାଇଁ ଉପକାରୀ ହୋଇପାରେ ପିଆଜ ।

onion-6

୧. କ୍ୟାନ୍ସର ପ୍ରତିରୋଧକ ପିଆଜ

ପିଆଜ ଖାଇବା ଦ୍ୱାରା ପାଟିରେ ଏକ ଅରୁଚକ ବାସ୍ନା ହେଉଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରି ନଥାନ୍ତି । ହେଲେ ଏଥିରେ ଥିବା ଅରଗାର୍ନିକ ସଲ୍‌ଫର କମ୍ପାଉଣ୍ଡ କ୍ୟାନ୍‌ସର ସୃଷ୍ଟିକାରୀ କାର୍ସିନୋଜେନ କୁ ନଷ୍ଟ କରିଥାଏ । ଫଳରେ ଖାଦ୍ୟରେ ଏହାକୁ ନିୟମିତ ଖାଇବା ଦ୍ୱାରା କ୍ୟାନ୍‌ସର ଆଶଙ୍କା କମିଥାଏ । ଗବେଷକଙ୍କ ଅନୁଯାୟୀ ଯେତେ ପିଆଜ ଖାଇବେ ସେତେ କ୍ୟାନ୍‌ସର ଠାରୁ ଦୂରରେ ରହିବେ । ଏଥିରେ ଯଦି ହଳଦୀ ମିଶାଇ ଖାଇବେ ତାହା ଆହୁରି ଲାଭଦାୟକ ହେବ ବୋଲି ଗବେଷକ ପ୍ରକାଶ କରିଛନ୍ତି । ପିଆଜ ଭଳି ରସୁଣର ମଧ୍ୟ ସମାନ କ୍ୟାନ୍‌ସର ପ୍ରତିରୋଧି ଗୁଣ ରହିଛି । ପିଆଜ ବଦଳରେ ଆପଣ ରସୁଣକୁ ମଧ୍ୟ ନେଇପାରିବେ ।

nion-3

୨. ଡାଇବେଟିସ୍‌ ବିପଦ କମାଇବ

ଟାଇପ୍‌ ୨ ଡାଇବେଟିସ୍‌ ପାଇଁ ପିଆଜ ବହୁତ ଲାଭ ଦାୟକ । ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମି ଗଲେ ଶରୀର ଗ୍ଲୁକୋଜକକୁ ହଜମ କରିପାରି ନଥାଏ । ଆପଣ ଦୈନିକ ପିଆଜ ଖାଇବା ଦ୍ୱାରା ପିଆଜରେ ଥିବା ଆଲାଇଲ୍‌ ପ୍ରୋପାଇଲ୍‌ ଡିସଲ୍‌ଫାଇଡ୍‌ ଶରୀରରେ ଇନ୍‌ସୁଲିନ୍‌ ମାତ୍ରା ବୃଦ୍ଧି କରିବ । ଫଳରେ ଆପଣ ଡାଏବେଟିସ୍‌ ଭଳି ବିପଦରୁ ରକ୍ଷା ପାଇ ପାରିବେ ।

onion-2

୩. ହୃଦ୍‌ରୋଗୀଙ୍କ ପାଇଁ ଅମୃତ

ପିଆଜରେ ଥିବା କ୍ୟୁରେସିଟିନ୍‌ ନାମକ ଆଣ୍ଟି ଅକ୍ସିଡାଣ୍ଟ୍‌ କୋଷରେ ଥିବା ଫ୍ରି ରାଡିକାଲ୍ସ ନଷ୍ଟ କରି କୋଷ ନଷ୍ଟ ହେବାରୁ ରକ୍ଷା କରିଥାଏ । କ୍ୟୁରେସିଟିନ୍‌ ଧମନୀକୁ ନରମ ଓ ନମନୀୟ କରିଥାଏ । ଫଳରେ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିବା ସହ ଶରୀରରେ କୋଲେଷ୍ଟରାଲ ଓ ଏଲ୍‌ଡିଏଲ୍‌କୁ କମାଇ ଥାଏ । ଯାହା ଦ୍ୱାରା ହୃଦ୍‌ଘାତ ଆଶଙ୍କାକୁ ହ୍ରାସ କରିଥାଏ ।

ଏହା ବ୍ୟତୀତ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ରକ୍ତ ଜମାଟ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ପିଆଜ ମଧ୍ୟ ଶରୀରରେ ଆଲର୍ଜି ଓ ଫୁଡ୍‌ ପଏଜନ୍‌ ଆଶଙ୍କାକୁ କମାଇଥାଏ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.