ନିଜ ଅଫିସ୍ ଲୋକଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ ବାବୁ

ସମ୍ବଲପୁର (କେ ନ୍ୟୁଜ୍‌) : ଭିଜିଲାନ୍ସ ଜାଲରେ ବରିଷ୍ଠ ସରକାରୀ ବାବୁ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼। ଏଠାରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ଶିବରାମ ମହାରଣା ତାଙ୍କ ନିଜ କାର୍ଯ୍ୟାଳୟର ନିଲମ୍ବିତ ଡ୍ରାଇଭର ଦେବାନନ୍ଦ ରନବିଡ଼ାଙ୍କର ମେ ମାସ ଦରମା ପାସ କରିବା ପାଇଁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଦେବାନନ୍ଦ ଭିଜିଲାନ୍ସ କାର‌୍ୟ୍ୟାଳୟକୁ ଜଣାଇଥିଲେ।

ଆଜି ଠିକ ଦିନ ୧୧ ଟା ସମୟରେ ଦେବାନନ୍ଦ ୧୫୦୦ ଟଙ୍କା ନେଇ ଶିଵରାମଙ୍କୁ ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ତୁରନ୍ତ ଧରିବା ସହ ୧୫୦୦ ଟଙ୍କା ମଧ୍ୟ ଜବତ କରି ଶିଵରାମଙ୍କୁ ଗିରଫ କରିଥିଲେ। ଶିଵରାମ ରହୁଥିବା ସରକାରୀ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢ଼ାଉ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.