Below header

କଣ ଆପଣ ମଧ୍ୟ ଶୋଇବା ବେଳେ କାନରେ ଇୟରଫୋନ ଲଗାଇ ଗୀତ ଶୁଣୁଛନ୍ତି ? ତେବେ ମେଡିକାଲ ଯିବାକୁ ହୋଇଯାନ୍ତୁ ପ୍ରସ୍ତୁତ

ଆଜିକାଲି ଆମ ମଧ୍ୟରୁ ଅଧିକାଂଶ ଲୋକ ଇୟର ଫୋନ ବ୍ୟବହାର କରୁଛନ୍ତି। ଇୟର ଫୋନ ବିନା ଲୋକ ଗୀତ ଶୁଣୁ ନାହାନ୍ତି। ଯାତ୍ରା ସମୟରେ ହେଉ କିମ୍ବା ଅନ୍ୟାନ୍ୟ କାର‌୍ୟ୍ୟରେ ଲୋକମାନେ ଇୟର ଫୋନ ଲଗାଇ ଗୀତ ଶୁଣିଥାନ୍ତି। ଆପଣଙ୍କୁ ଜାଣିବା ଦରକାର ଯେ ଇୟର ଫୋନ ବ୍ୟବହାର କଲେ ବହୁତ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଏହାର ବ୍ୟବହାର କମ୍ କରିବା ଆବଶ୍ୟକ।

best headphonesଅଧିକାଂଶ ଲୋକମାନେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଆଜିକାଲି ଲୋକମାନଙ୍କର ଫୋନ ବିନା ବଞ୍ଚିବା ଅସମ୍ଭବ ହୋଇଗଲାଣି। ଲୋକମାନଙ୍କର ଅଧିକାଂଶ ସମୟ ଫୋନର ବ୍ୟବହାର କରିବା ଦ୍ବାରା ଅତିବାହିତ ହେଉଛି। ଫୋନ ସହିତ ଆମେ ଇୟରଫୋନର ବ୍ୟବହାର ମଧ୍ୟ କରିଥାଉ। ଖାସ କରି ଯୁବପୀଢ଼ି ମାନେ ଇୟର ଫୋନର ବ୍ୟବହାର କରୁଛନ୍ତି। ଆମେମାନେ କିଛି କାମ କଲାବେଳେ, ଅଫିସରେ ଥିବା ବେଳେ ବା ପଢ଼ୁଥିବା ବେଳେ ଇୟର ଫୋନର ବ୍ୟବହାର କରିଥାନ୍ତି। ଏହା ସହିତ ଅଧିକାଂଶ ଲୋକଙ୍କର ଶୋଇବା ସମୟରେ ଇୟର ଫୋନରେ ଗୀତ ଶୁଣି ଶୋଇବାର ଅଭ୍ୟାସ ଥାଏ।

earphonesକିନ୍ତୁ କଣ ଆପଣ ଜାଣିଛନ୍ତି ଇୟର ଫୋନକୁ ବ୍ୟବହାର କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡିଥାଏ। ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ, ଏହୋ ଦ୍ବାରା ଆପଣଙ୍କୁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ସବୁ ସମୟରେ ଅଥବା ଶୋଇବା ସମୟରେ ଇୟର ଫୋନ ବ୍ୟବହାର କଲେ କଣ କ୍ଷତି ହୋଇଥାଏ।

ଇୟରବଡ ଉପରେ ପଡିଥାଏ ଖରାପ ପ୍ରଭାବ

sleepingଅନେକ ଅନୁସନ୍ଧାନରୁ ଜଣାପଡିଲା ଯେ ଯଦି ଆପଣ ଶୋଇବା ସମୟରେ ଇୟରଫୋନ ଜରିଆରେ ଗୀତ ଶୁଣୁଛନ୍ତି ଏବଂ ଗୀତ ଶୁଣି ଶୁଣି ଶୋଇଯାଉଛନ୍ତି। ତେବେ ଏହା ଦ୍ବାରା ଇୟରବଡ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ଆପଣଙ୍କର ନିଦର ଗୁଣବତ୍ତା ଖରାପ ହୋଇଥାଏ।

ଶୁଣିବାରେ ହୋଇଥାଏ ଅସୁବିଧା

earସବୁଦିନ ଇୟର ଫୋନ ବ୍ୟବହାର କଲେ କିମ୍ବା ଉଚ୍ଚ ସ୍ବରରେ ଗୀତ ଶୁଣିବା ଦ୍ବାରା ଆପଣଙ୍କ ଇୟରବର୍ଡକୁ କ୍ଷତି ପହଁଚାଇଥାଏ। ୯୦ ଡେସିବାଲରୁ ଅଧିକା ଶବ୍ଦରେ ଶୁଣିବା କାନ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଅନୁସନ୍ଧାନ ଅନୁଯାୟୀ ଇୟରଫୋନ କାରଣରୁ ଶୁଣିବାରେ ଅସୁବିଧା ହେଉଛି।

କୀଟାଣୁ କାନରେ ଆସିବା

earphoneଯଦି ଆପଣ ନିଜର ଇୟର ଫୋନ କାହା ସହିତ ସେୟାର କରୁଛନ୍ତି ତେବେ ଏହି କାରଣରୁ କୀଟାଣୁ ଆପଣଙ୍କ କାନ ମଧ୍ୟକୁ ଯାଇଥାଏ। ଏହା ଆପଣଙ୍କୁ ଜଣାପଡୁ ନଥିଲେ ମଧ୍ୟ କୀଟାଣୁ ଆପଣଙ୍କ କାନକୁ ଚାଲିଯାଇଥାଏ। ଯେଉଁ କାରଣରୁ ଇନଫେକସନ ହୋଇପାରେ।

ଫୋକସ ରହେ ନାହିଁ

earphoneସବୁବେଳେ ଇୟର ଫୋନ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଏକାଗ୍ରତାର ଅଭାବ ଦେଖାଯାଇପାରେ। ଗୀତ ଶୁଣିବା ପରିବର୍ତ୍ତେ ଆପଣଙ୍କ ଫୋକସ କମ୍ ହେବାକୁ ଲାଗିଥାଏ। ଯଦି ଆପଣ ଇୟର ଫୋନ ଲଗାଇ କାମ କରୁଛନ୍ତି ତେବେ କାମରେ ଫୋକସ କରିବାରେ ସମସ୍ୟା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.