ଖୋଲୁଛି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପ୍ରତିଷ୍ଠାତା ଫାୟାଜ ରେହମାନଙ୍କ ଗୁମର, ଦୁଇ ଦିନିଆ ରିମାଣ୍ଡରେ ସାମ୍ନାକୁ ଆସୁଛି ବିଭିନ୍ନ କେଳେଙ୍କାରୀ

ଭୁବନେଶ୍ବର(କେନ୍ୟୁଜ୍) : ଖୋଲୁଛି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପ୍ରତିଷ୍ଠାତା ଫାୟାଜ ରେହମାନଙ୍କ ଗୁମର । ସାମ୍ନାକୁ ଆସୁଛି ସେଲଟର ହୋମ୍ କେଳେଙ୍କାରୀ । ଡାଡିଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ ବେଳେ ଧର୍ମାନ୍ତରୀକରଣ କଥା ସାମ୍ନାକୁ ଆସୁଛି। ସାଲଗାଡ଼ିଆ ଶାଖାରେ ପିଲାଙ୍କୁ ଦିଆଯାଉଛି ଡୁବନ୍। ଧର୍ମ ପରିବର୍ତ୍ତନ ପାଇଁ ବୁଡ଼ାଇବାକୁ କୁହାଯାଏ ଡୁବନ୍ । ୧୪ ବର୍ଷରୁ ଅଧିକ ବୟସର ପିଲାଙ୍କୁ ପାଣିରେ ବୁଡ଼ାଯାଏ। ପ୍ରତି ବର୍ଷ ଅକ୍ଟୋବରରେ ପାଳନ ହୁଏ ଉତ୍ସବ।
୧୨ବର୍ଷ ତଳେ ପାଣିରେ ବୁଡ଼ାଇଥିବା କଥା ସ୍ୱୀକାର କଲେ ଫୟାଜ । ବିଦେଶରୁ ଟଙ୍କା ଆସିବା ନେଇ ମଧ୍ୟ ସେ ସ୍ୱୀକାର କରିଛନ୍ତି। ୟୁଏସଏ କାଲିଫର୍ଣ୍ଣିଆରୁ ବର୍ଷକୁ ୧୪କୋଟି ଟଙ୍କା ଆସେ। ଏହି ଟଙ୍କା ବେଙ୍ଗଲ ମୁଖ୍ୟ କାର୍ୟ୍ୟାଳୟ ଏସବିଆଇ ଆକାଉଣ୍ଟକୁ ଆସେ। ୧କୋଟି ୬୦ଲକ୍ଷ ଲୋକାଲ କଲେକ୍ସନ ହୋଇଥାଏ। ଢ଼େଙ୍କାନାଳ ଏସପି ସନ୍ତୋଷ ନାୟକ ଏ ନେଇ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ଯାଏ ରହିଛି ଡାଡିଙ୍କ ରିମାଣ୍ଡ ଅବଧି । ଏହି ମାମଲାରେ ଡ୍ରିମ ହୋମ ସେଲଟରର ପ୍ରତିଷ୍ଠାତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ।