ଲବଙ୍ଗ ଖାଇ କମାନ୍ତୁ ଓଜନ, ସୁସ୍ଥ ରହିବା ସହ ଶରୀର ବି ରହିବ ଫିଟ୍
ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଲବଙ୍ଗ ବ୍ୟବହାର କରାଯାଇଥାଏ। ଏହାକୁ ଅନେକ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଏ। ଏଥିସହ ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ବି ମୁକ୍ତି ମିଳେ। ଲବଙ୍ଗରେ ପ୍ରୋଟିନ୍, ଆଇରନ୍, କାର୍ବୋହାଇଡ୍ରେଟ୍ସ, କ୍ୟାଲସିୟମ୍ ଓ ହାଇଡ୍ରୋକ୍ଲୋରିକ ଏସିଡ୍ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବୋଧେ କମ୍ ଲୋକ ଜାଣିଥିବେ ଯେ ଲବଙ୍ଗ ଖାଇବା ଦ୍ୱାରା ଓଜନ ବି ନିୟନ୍ତ୍ରଣରେ ରହିଥାଏ।
ଲବଙ୍ଗରେ ଥିବା ୟୁଜେନାଲ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ। ଏଥିସହ ଲବଙ୍ଗ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟରେ ପରିପୂର୍ଣ୍ଣ ହୋଇଥାଏ ଓ ଆମ ଇମ୍ୟୁନିଟିକୁ ବୃଦ୍ଧି କରେ।
ଓଜନ କମାଇବାକୁ ଏମିତି ବ୍ୟବହାର କରନ୍ତୁ ଲବଙ୍ଗ:
୫୦ ଗ୍ରାମ୍ ଲବଙ୍ଗ, ୫୦ ଗ୍ରାମ୍ ଜିରା ଓ ୫୦ ଗ୍ରାମ୍ ଡାଲଚିନି ନିଅନ୍ତୁ। ସମସ୍ତ ସାମଗ୍ରୀକୁ ଏକ ପ୍ୟାନ୍ରେ ଭଲ ଭବେ ଭାଜି ଦିଅନ୍ତୁ। ଏହା ପରେ ଏହାକୁ ଗ୍ରାଇଣ୍ଡିଂ କରି ଏକ ଏୟାରଟାଇଟ୍ ଜାରରେ ଷ୍ଟୋର କରନ୍ତୁ। ଏକ ଗ୍ଲାସ ଉଷୁମ ପାଣିରେ ଏହି ପାଉଡରକୁ ୧ ଚାମଚ ଲେଖାଏଁ ପକାଇ ଗୋଳାଇ ଦିଅନ୍ତୁ ଓ ପିଅନ୍ତୁ।
ଏହାର ସ୍ୱାଦ ବଢ଼ାଇବା ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଅଧିକ ଲାଭ ପାଇବା ପାଇଁ ଏହାକୁ ସକାଳେ ଖାଲି ପେଟରେ ସେବନ କରିପାରିବେ। ତେବେ ମନେ ରଖନ୍ତୁ, ଏହାକୁ ଅଧିକ ସେବନ କରିବେ ନାହିଁ। ନଚେତ୍ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ। ଶୀଘ୍ର ଓଜନ କମାଇବା ପାଇଁ ବ୍ୟାୟମ ସହ ସୁଷମ ଖାଦ୍ୟକୁ ଡାଏଟ୍ରେ ସାମିଲ କରନ୍ତୁ।