Below header

ଭଦ୍ରକ ବ୍ଲକର ୨ ଟି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ଵନ୍ଦ୍ୱୀ ଭାବେ ବିଜୟୀ

ଭଦ୍ରକ (କେନ୍ଯୁଜ୍): ଭଦ୍ରକ ବ୍ଲକର ୩୬ ଟି ପଞ୍ଚାୟତରୁ ୨ ଟି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ଵନ୍ଦ୍ୱୀ ଭାବେ ବିଜୟ ହାସଲ କରିଛନ୍ତି । ଏନେଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ହରିପୁର ପଞ୍ଚାୟତର ସମିତି ସଭ୍ୟ ଦିଲ୍ଲୀପ ନାୟକ ଓ ଓଲଙ୍ଗ ପଞ୍ଚାୟତର ସମିତି ସଭ୍ୟା ଗୌରୀ ରାଉତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ବିଧାୟକ ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ଶାସକ ଦଳର ସମସ୍ତ ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ କରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ। କେବଳ ସରପଞ୍ଚ କି ସମିତି ସଭ୍ୟ ନୁହେଁ ଚାରିଟି ଜିଲ୍ଲା ପରିଷଦ ଜୋନ ସହ ବ୍ଲକ ଦଖଲ କରିବାକୁ ଆଶା ରଖିଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.