ବଣାଇ ରେଞ୍ଜ ତଳିତା ଗ୍ରାମରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ଖାଇ ଦେଉଛନ୍ତି ଖାଦ୍ଯ ଶସ୍ଯ

ବଣାଇ (କେନ୍ଯୁଜ୍): ବଣାଇ ରେଞ୍ଜ ତଳିତା ଗ୍ରାମରେ ହାତୀ ଆତଙ୍କ । ପୁଣି ଫେରିଛି ଦନ୍ତା ହାତୀ। ପାଞ୍ଚ ଦିନ ପୂର୍ବରୁ ବଣାଇ ରେଞ୍ଜର ଜାଙ୍ଗଳା, ବଡପୋଷ, ଜକେଇକେଳା, ତଳିତା ଗ୍ରାମରେ ଆତଙ୍କ ଖେଳାଇଥିଲା ଦନ୍ତା । ତାପରେ ଗ୍ରାମବାସୀ ଓ ବନବିଭାଗ ମିଳିତ ହାତୀକୁ ନଦୀ ଆରପଟକୁ ଭଗାଇଥିଲେ।

କୁଳିପୋଷ ରେଞ୍ଜର ବିଭିନ୍ନ ଅଞ୍ଚଳରେ ମଧ୍ୟ ଘର ଭାଙ୍ଗିବା ନେଇ ଆତଙ୍କ ଥିଲେ । କିନ୍ତୁ ଗତକାଲି ପୁଣି ବଣାଇ ରେଞ୍ଜକୁ ଫେରିଛନ୍ତି ଏହି ହାତୀ। ତଳିତା ଗ୍ରାମର କରୁଣା ଲୁହୁରାଙ୍କ ଘର ଭାଙ୍ଗିବା ସହ ଚାଉଳ, ଧାନ ଖାଇ ଦେଇଛନ୍ତି। ସକାଳ ହେଲେ ଗ୍ରାମବାସୀ ହାତୀ ଘଉଡାଇବାରୁ ସେମାନେ ନିକଟସ୍ଥ ଧରଣୀଧର ଜଙ୍ଗଲକୁ ପଳାଉଛନ୍ତି । ପୁଣି ରାତି ହେଲେ ହାତୀ ଆସିବା ଭୟରେ ଆତଙ୍କରେ ରହୁଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.