Below header

ଡାଏଟ୍ ରେ ସାମିଲ କରନ୍ତୁ ଛଚିନ୍ଦ୍ରା, ଖାଇଲେ ପାଖ ମାଡିବନି ରୋଗ

ଆମ ଦେଶର ବଜାରରେ ମିଳୁଥିବା ସବୁଜ ପନି ପରିବା ମଧ୍ୟରେ ଛଚିନ୍ଦ୍ରା ଅନ୍ୟତମ ଓ ସବୁଠୁ ଅଧିକ ଲୋକ ପ୍ରୀୟ। ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ସାଙ୍ଗକୁ ଏହା ଭଜା ମଧ୍ୟ ଅନେକଙ୍କୁ ଭଲ ଲାଗିଥାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛଚିନ୍ଦ୍ରା କେବଳ ଏକ ପରିବା ନୁହେଁ ଏହାର ଔଷଧିୟ ଗୁଣ ମଧ୍ୟ ରହିଛି। ଏହାକୁ ଖାଇବାର ଅନେକ ଲାଭ ଅଛି। ମଧୁମେହ ଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ବ୍ୟକ୍ତି ମାନେ ଏହାକୁ ଖାଇ ପାରିବେ। ତେବେ ଆସନ୍ତୁ ଜାଣିବା ଛଚିନ୍ଦ୍ରାର ଏହି ସବୁ ଔଷଧିୟ ଗୁଣ ସମ୍ପର୍କରେ।

ଦେଶରେ ଅନେକ ଲୋକ ମଧୁମେହ ରୋଗରେ ଶିକାର ହେଉଛନ୍ତି। ଏପରି ବ୍ୟକ୍ତିଙ୍କ ପାଇଁ ଛଚିନ୍ଦ୍ରା ଏକ ଔଷଧ ରୂପେ କାର୍ଯ୍ୟ କରିଥାଏ । ଏଥିରେ ଥିବା କ୍ୟାଲୋରୀ ପରିମାଣ ବହୁତ କମ୍। ଟେବୁ ମଧୁମେହ ରୋଗର ଚିକିତ୍ସା ପାଇଁ ଛଚିନ୍ଦ୍ରା କୁ ହର୍ବାଲ୍ ଥେରାପିରେ ମଧ୍ୟ ବ୍ୟବହୃତ ହୁଏ।

ଛଚିନ୍ଦ୍ରା ଜଣ୍ଡିସର ଚିକିତ୍ସା ପାଇଁ ସହାୟକ ହୋଇଥାଏ। ଏହା ଯକୃତ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖେ। ଏହା ବ୍ୟତୀତ ଏହା ସଂକ୍ରମଣକୁ ମଧ୍ୟ ଦୂରେଇ ରଖେ।

ଏହା କେଶ ଝାଡ଼ିବା ଏକ ଗୁରୁତର ରୋଗ ‘ଆଲୋପେସିଆ’ରେ ମଧ୍ୟ ସହାୟକ ହୁଏ ।ଏହି ରୋଗରେ ପୀଡିତ ଲୋକମାନେ ଯଦି ନିଜ କେଶରେ ଛଚିନ୍ଦ୍ରା ରସ ଲଗାନ୍ତି ତେବେ ଅନେକ ଲାଭ ପାଇବେ।

ଅତ୍ୟଧିକ ଜ୍ୱରରେ ମଧ୍ୟ ଛଚିନ୍ଦ୍ରା ବହୁତ ସାହାଯ୍ୟକାରୀ ବୋଲି ପ୍ରମାଣ କରେ। ଜ୍ୱରରୁ ମୁକ୍ତି ପାଇବା ସହିତ ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଦିଏ। ଛଚିନ୍ଦ୍ରା ଖାଇଲେ ଆପଣଙ୍କ ହଜମ ପ୍ରକ୍ରିୟା ସବୁବେଳେ ସୁସ୍ଥ ରହିବ।

ଛଚିନ୍ଦ୍ରା ହାର୍ଟ ରୋଗୀଙ୍କ ପାଇଁ ଉତ୍ତମ ପାରିବା। ଏପରି ବ୍ୟକ୍ତି ମାନେ ଜୁସ କିମ୍ବା ଏହାକୁ ଖାଦ୍ୟରେ ସାମିଲ କଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ହାର୍ଟ ସୁସ୍ଥ ରହିଥାଏ । ଏଥିସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଛଚିନ୍ଦ୍ରା ମଧ୍ୟ ସହାୟକ ହୋଇପାରେ।

ଛଚିନ୍ଦ୍ରା ଖାଇବା ଦ୍ୱାରା ଦେହରେ ବଥ, ବ୍ରଣ ଭଳି ସମସ୍ୟା ଉପୁଜି ନଥାଏ। ଆୟର୍ବେଦ ଅନୁସାରେ ଛଚିନ୍ଦ୍ରା କଫନାସକ। ଏଣୁ ଖାଦ୍ୟରେ ଛଚିନ୍ଦ୍ରା ଖାଇବା ଦ୍ୱାରା ଆମର କଫ ମଧ୍ୟ ଦୂର ହୋଇଥାଏ।

ଖାଦ୍ୟରେ ଛଚିନ୍ଦ୍ରା ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିବାସହ ପେଟ ପୁରା ରହିବା ପରି ଲାଗେ। ଏହା ଛଡା ଏଥିରେ କ୍ୟାଲୋରୀ କମ ଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଓଜନ ହ୍ରାସରେ ସହାୟକ ହୁଏ।

ନିୟମିତଛଚିନ୍ଦ୍ରା ଖାଇବା ଆପଣଙ୍କ ରକ୍ତକୁ ସଫା ରଖିଥାଏ। ଏଣୁ ରକ୍ତ ବିକାର ଜନିତ ସମସ୍ୟାରୁ ଆପଣ ମୁକ୍ତ ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.