ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁରରେ ସାଇକ୍ଲୋଥନ ଆୟୋଜିତ, ଭାଗ ନେଲେ ୫୦୦ରୁ ଅଧିକ ପ୍ରତିଯୋଗୀ

ସମ୍ବଲପୁର(କେନ୍ୟୁଜ୍): ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁର ମାରୱାଡ଼ି ୟୁବା ମଞ୍ଚ ପକ୍ଷରୁ ସହରରେ ଆୟୋଜିତ ହୋଇଯାଇଛି ସାଇକ୍ଲୋଥନ। ଏହି ସାଇକ୍ଲୋଥନରେ ପ୍ରାୟ ୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସୁସ୍ଥ ଦେହ ଓ ସୁସ୍ଥ ସାଇକ୍ଲୋଥନ ସମାଜର ବାର୍ତାକୁ ନେଇ ଏହି ସହରର କଚେରୀ ଛକରୁ ଏହି ସାଇକେଲ ରାଲି ବାହାରି ୧୩ କିମି ପର୍ଯ୍ୟନ୍ତ ଯାଇ ପୁଣି ସେହି ସ୍ଥାନକୁ ଫେରିଥିଲା। ଏହାପରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସାଇକ୍ଲୋଥନ ମାଧ୍ୟମରେ ସମାଜକୁ ସୁସ୍ଥ ରହିବାର ଏକ ବାର୍ତା ଦେବା ପାଇଁ ଚେଷ୍ଟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.