ଘରର ଭୁଲ ଦିଗରେ ରଖା ଯାଇଥିବା ସୋଫା ଧନହାନିର କାରଣ ହୋଇପାରେ, ଜାଣନ୍ତୁ ସୋଫା ଲଗାଇବାର ଠିକ ଦିଗ

ଭାରତର ପ୍ରାଚୀନ ଇତିହାସରେ ବାସ୍ତୁ ଶାସ୍ତ୍ରର ବିଶେଷ ଯୋଗଦାନ ରହିଛି । ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଜିନିଷ ବିଷୟରେ କୁହାଯାଇଛି । ଏହି ସବୁ ଜିନିଷ ଯଦି ଠିକ ଭାବରେ ଓ ଠିକ ଯାଗାରେ ନରୁହେ, ତେବେ ଘରର ସୁଖ ଶାନ୍ତି ନଷ୍ଟ ହୋଇପାରେ । ତେବେ ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ ଘରକୁ ଖୁସୀ ଫେରାଇ ଆଣି ପାରିବେ । ଆଜି ଆମେ ଆପଣଙ୍କୁ ଘରେ ରଖା ଯାଉଥିବା ସୋଫାର ଠିକ୍‌ ଦିଗ ସମ୍ପର୍କରେ କହିବୁ ।

୧. ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ସୋଫା

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର ଦଗ ଆଡକୁ ଖୋଲୁଛି,ତେବେ ଆପଣଙ୍କ ଡ୍ରଇଙ୍ଗ ରୁମରେ ସୋଫା ପଶ୍ଚିମ ବା ଦକ୍ଷିଣ ଦିଗରେ ଲଗାଇବା ଉଚିତ୍‌ ।

୨. L  ଆକାର ସୋଫା 

ଆଜିକାଲି ଲୋକେ ନିଜ ଘର ଭିତର ସାଜସଜ୍ଜାକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର,ରଂଗର ଓ ଆକାରର ସୋଫା ଚୟନ କରିଥାନ୍ତି । ଯଦି ଆପଣଙ୍କ ଘରେ L ଆକାରର ସୋଫା ରହିଛି,ତେବେ ତାକୁ ଏପରି ରଖନ୍ତୁ ଯେ ସୋଫାର ଗୋଟିଏ ଭାଗ ପଶ୍ଚିମ ଦିଗ ଓ ଅନ୍ୟ ଭାଗ ଦକ୍ଷିଣ ଦିଗକୁ ରହିବା ଦରକାର । ଏହା ଦ୍ୱାରା ଯଦି କେହି ଏହା ଉପରେ ବସୁଛନ୍ତି ତ ତାଙ୍କର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବ ।

୩. ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ଥିଲେ

ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗକୁ ଥିବ ତେବେ ବାସ୍ତୁ ଅନୁସାରେ ଆପଣଙ୍କ ସୋଫା ସେଟ ଘରର ନୈରୁତ କୋଣରେ ରଖିବା ଦରକାର । ଯଦି ଏହା ସମ୍ଭବ ନହୁଏ ତେବେ ସୋଫା ଅନ୍ୟ କେଉଁଠି ରଖନ୍ତୁ । କାରଣ ଏହି ଦିଗକୁ ନଦେଖିଲେ ଘରେ ଦରିଦ୍ରତା ଆସିଥାଏ ।

୪. ଦକ୍ଷିଣ-ପୂର୍ବ ଦିଗରେ ସୋଫା

ଲିଭିଙ୍ଗ ରୁମରେ ସୋଫା ସେଟ ଦକ୍ଷିଣ-ର୍ପୂବ ଦିଗରେ ରଖିବା ବହୁତ ଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଏହି ଦିଗରେ ସୋଫା ରଖିବା ଦ୍ୱାରା ଘରର ଲୋକଙ୍କ ମଧ୍ୟରେ ଆପୋଶ ତାଳମେଳ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.