କି ପିତା ଲୋ…ଏମିତି କହି ନାକ ଟେକୁଥିବା ଲୋକେ ଚିନ୍ତା କରନ୍ତୁ ନାହିଁ; କଲରାର ପିତାପଣ ଦୂର କରିବ ଏହି ସବୁ ଘରୋଇ ଟିପ୍ସ

କଲରା ଏମିତି ଏକ ପରିବା, ଯାହାର ନାଁ ଶୁଣୁ ଶୁଣୁ ଲୋକଙ୍କ ମୁହଁରେ ପିତାପଣ ଆସି ଯାଇଥାଏ। ପିଲା ତ ପିଲା, ବଡ଼ ଲୋକ ବି କଲରା ଖାଇବାକୁ ନାକ ଟେକନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଅନେକ ଲୋକଙ୍କୁ କଲରା ଖୁବ୍‌ ଭଲ ଲାଗିଥାଏ। ଏପରି କି, କଲରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। କାରଣ, ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। ତେବେ ପିତା ଯୋଗୁ କଲରା ଖାଉ ନ ଥିବା ଲୋକେ ଚିନ୍ତା କରନ୍ତୁ ନାହିଁ, କଲରା ପିତାକୁ ଦୂର କରିବା ପାଇଁ କିଛି ଘରୋଇ ଉପାୟ ମଧ୍ୟ ରହିଛି। ଏହି ଉପାୟଗୁଡ଼ିକୁ ଆପଣାଇ ଆପଣ କଲରା ପିତାକୁ ଦୂର କରି ପାରିବେ ଏବଂ ଏହାକୁ ସାଧାରଣ ପରିବା ପରି ଖାଇ ପାରିବେ। ନିକଟରେ ସେଲିବ୍ରିଟି ସେଫ୍‌ ସଞ୍ଜୀବ କପୁର କଲରାର ପିତାପଣ ଦୂର କରିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଟିପ୍ସ ସେୟାର କରିଛନ୍ତି। ଆସନ୍ତୁ ଜାଣିବା…

-ଆପଣ କଟା ହୋଇଥିବା କଲରା ଉପରେ ଲୁଣ ଛିଞ୍ଚନ୍ତୁ ଏବଂ ଏହାକୁ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଲଗା ରଖି ଦିଅନ୍ତୁ। ଏବେ କଲରାରୁ ଅତିରିକ୍ତ ପାଣି ବାହାର କରି ଦିଅନ୍ତୁ।

-କଲରାର ବାହାର ପରସ୍ତକୁ ଛେଲି ବାହାର କରି ଦିଅନ୍ତୁ। ଏହାଦ୍ୱାରା କଲରାର ପିତାପଣ କମିଯିବ। କଲରା ଭଜା କି ତରକାରୀ କରିବା ସମୟରେ ଅନେକ ଲୋକ ଏହି ଉପାୟ ଆପଣାଇ ଥାଆନ୍ତି।

-କଲରାରୁ ମଞ୍ଜି ବାହାର କରି ଦେଲେ ମଧ୍ୟ ଏହାର ପିତାପଣ କମି ଯାଇଥାଏ।

-ଯଦି ଆପଣ କଲରାକୁ ଦହିରେ ବୁଡ଼ାଇ ପାଖାପାଖି ୧ ଘଣ୍ଟା ରଖିବେ ଏବଂ ପରେ ଏହାକୁ ଭଲ ଭାବରେ ଧୋଇ ଦେବେ, ତା’ ହେଲେ କଲରାର ପିତାପଣ ଅନେକାଂଶରେ କମିଯିବ।

 

View this post on Instagram

 

A post shared by Sanjeev Kapoor (@sanjeevkapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.