ଆଜି ଘରେ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଆଚାରୀ ଚଣା ପଲାଉ, ଜାଣନ୍ତୁ କେମିତି

ଭାରତରେ ଛୋଲେ ବହୁତ ଲୋକପ୍ରିୟ ଖାଦ୍ୟ।ଆଉ ଛୋଲେକୁ ଆମେ ବିଭିନ୍ନ ପ୍ରକାରରେ କରି ଖାଇଥାଉ। ଛୋଲେ ସବଜୀ, ଚାଟ୍‌ କିମ୍ବା ଛୋଲେ ଭଟୁରା। କିନ୍ତୁ ଛୋଲେ ବା ଚଣାରେ ପ୍ରସ୍ତୁତ ଆଉ ଏକ ରେସିପି ରହିଛି, ଯାହାକୁ କରି ଖାଇବା ଦ୍ୱାରା ବହୁତ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଆପଣ ଜାଣିଛନ୍ତି କି, କାବୁଲି ଚଣା ବା ଛୋଲେରେ ପଲାଉ କରି କେମିତି ଖାଇପାରିବେ। ଏହାକୁ ତଆରି କରିବା ବହୁତ ସହଜ। ଏହାକୁ ଆପଣ ମଧ୍ୟାହ୍ନ ଭୋଜନ କିମ୍ବା ଡିନରରେ କରି ଖାଇପାରିବେ। ତେବେ କେମିତି ବନାଇବେ ଆସନ୍ତୁ ଜାଣିବା …

ଆବଶ୍ୟକ ସାମଗ୍ରୀ : ବାସୁମତୀ ଚାଉଳ, କାବୁଲି ଚଣା, ଘିଅ/ତେଲ, ପିଆଜ, ଅଦା ରସୁଣ ପେଷ୍ଟ, ତେଜପତ୍ର, ବିରିଆନୀ ଫୁଲ, ଡାଳଚିନି, ଗୁଜୁରାତି, ଲବଙ୍ଗ, କଞ୍ଚାଲଙ୍କା, ଟମାଟର, ହଳଦୀ, ଗରମ ମସଲା, ତେନ୍ତୁଳି ରସ, ଆଚାର।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସରେ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ଅଦା ରସୁଣ ପେଷ୍ଟ ପକାଇ କିଛି ସମୟ ପାଇଁ ଭାଜନ୍ତୁ। ତା’ପରେ କଞ୍ଚାଲଙ୍କା, ଟମାଟର, ହଳଦୀ, ଲଙ୍କା ପାଉଡର, ଗରମ ମସଲା, ଲୁଣ ଏବଂ ତେନ୍ତୁଳି ପେଷ୍ଟ ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ଟମାଟର ହେବା ପାଇଁ ପକାନ୍ତୁ। ତା’ପରେ ସିଝା ଚଣା ପକାଇ କିଛି ସମୟ ଭାଜିଦିଅନ୍ତୁ। ତା’ ପରେ ଆଚାର ଏବଂ ମସଲାକୁ ସବୁ ପକାଇ ଭଲ ଭାବେ କଷିଦିଅନ୍ତୁ।

ତା’ ପରେ ସେଥିରେ ଚାଉଳ ପକାଇ ପାଣି ଦେଇ ଭଲଭାବେ ମିଶାଇ ୧୦ରୁ ୧୨ ମିନିଟ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ତା’ ପରେ ଗ୍ୟାସ ବନ୍ଦ କରି ୧୦ରୁ ୧୫ ମିନିଟ ସେମିତି ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କାବୁଲି ଚଣା ପଲାଉ। ଏହାକୁ ଆପଣ ରାଇତା ସହିତ ଖାଇପାରିବେ।

ତେବେ କାବୁଲି ଚଣା ସିଝିବା ପାଇଁ ଅଳ୍ପ ବେକିଂ ସୋଡା ପକାଇପାରିବେ। ପଲାଉ କରିବା ସମୟରେ ଅଳ୍ପ ଆଞ୍ଚରେ ରୋଷେଇ କରନ୍ତୁ ଏବଂ ମଝିରେ ମଝିରେ ଚେକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.