ଗାଜର ହାଲଓ୍ଵା ଭଳି ବହୁତ ଟେଷ୍ଟୀ ଗାଜର କ୍ଷୀରି, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବର୍ତ୍ତମାନ ମାର୍କେଟରେ ଗାଜର ଶସ୍ତା ଅଛି। ତେଣୁ କାହିଁକି ଆପଣ ଗାଜରର କିଛି ଡିସ ବନାଇ ଖାଉନାହାଁନ୍ତି। ଗାଜର ହାଲଓ୍ଵା ତ ଆପଣ ଖାଇଥିବେ ଏହାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଗାଜର କ୍ଷୀରି ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ଗାଜର କ୍ଷୀରି କେମିତି ପ୍ରସ୍ତୁତ କରାଯାଏ।
ଆବଶ୍ୟକ ସାମଗ୍ରୀ
- ଅଧା କିଲୋ ଗାଜର (କଦ୍ଦୁକସ୍ ହୋଇଥିବା)
- ଏକ ଚାମଚ ଚିନି
- ୧୦ ଗ୍ରାମ କିସମିସ୍
- କାଜୁ ଏବଂ ବାଦାମ୍
- ୨ଟି ଅଳେଇଚ
ପ୍ରସ୍ତୁତି ପ୍ରଣାଳୀ
- ଅଧା କିଲୋ ଗାଜରକୁ ଭଲଭାବେ ଧୋଇ ଚୋପା ବାହାର କରିଦିଅନ୍ତୁ। ଏହାପରେ ଏହାକୁ କଦ୍ଦୁକସ୍ କରିଦିଅନ୍ତୁ।
- ଗ୍ୟାସ୍ ଉପରେ ଭାରି କଡେଇ ରଖନ୍ତୁ ଏବଂ ସେଥିରେ ଏକ ଚାମଚ ଦେଶୀ ଘିଅ ପକାନ୍ତୁ। ଘିଅ ମେଲ୍ଟ ହେଲାପରେ ସେଥିରେ ଗାଜର ପକାନ୍ତୁ ଏବଂ ଏହା ଉପରେ ଚିନି ପକାଇ ଏହାକୁ ଢ଼ାଙ୍କି ଦିଅନ୍ତୁ। ଏହିସମୟରେ ଗ୍ୟାସକୁ ଧୀମା ରଖନ୍ତୁ।
- ଏହାର ଠିକ ଗୋଟେ କିମ୍ବା ୨ ମିନିଟ ପରେ ପ୍ଲେଟ ହଟାଇ ଗାଜର ଏବଂ ଚିନିକୁ ଭଲଭାବେ ମିକ୍ସ କରନ୍ତୁ ଏବଂ ୨ ରୁ ୫ ମିନିଟ ପାଇଁ ଆଞ୍ଚରେ ବସାନ୍ତୁ। ଏହାରି ଭିତରେ ଚାମଚ ସାହାଯ୍ୟରେ ଏହାକୁ ଲଗାତର ଚଲାନ୍ତୁ।
- ଏବେ ଏଥିରେ କ୍ଷୀର ମିଶାନ୍ତୁ ଏବଂ କ୍ଷୀର ପକାଇବା ପରେ ଏହାକୁ ପ୍ରାୟ ୨ ମିନିଟ୍ ପାଇଁ ରାନ୍ଧନ୍ତୁ। ଏହାପରେ ଏହାଉପରେ କାଜୁ ଏବଂ ବାଦାମ କିମ୍ବା ପିସ୍ତା ପକାଇ ଗରମା ଗରମ ସର୍ଭ କରନ୍ତୁ।