ବିରାଟଙ୍କ ଘରକୁ ଆସିଲା କୁନି ପରୀ, ଉଭୟ କ୍ରୀଡ଼ା ଓ ବଲିଉଡ୍‌ ଜଗତରୁ ଛୁଟୁଛି ଶୁଭେଚ୍ଛାର ସୁଅ

ବିରାଟ କୋହଲିଙ୍କ ଘରକୁ ଆସିଛି କୁନି ପରୀ। ଆଜି ଅପରାହ୍ନରେ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବାପା ହେବା ଖବର ବିରାଟ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଏହି ଖବର ଦେବା ବେଳେ ବହୁତ ଖୁସି ଥିବା ଜଣାପଡ଼ୁଛି। ଝିଅ ଜନ୍ମ ହେବା ଖୁସି ଖବର ଦେବା ସହ ବିରାଟ ଟିକେ ପ୍ରାଇଭେସି ଚାହୁଁଥିବା କହିଛନ୍ତି। ତେବେ ବିରୁଷ୍କାଙ୍କ ଝିଅ ହେବା ଖବର ଜଣାପଡ଼ିବା ପରେ ଉଭୟ ବଲିଉଡ୍‌ ଓ କ୍ରୀଡ଼ା ଜଗତରେ ଖୁସିର ଲହରୀ ଖେଳିଯାଇଛି।

ବଲିଉଡ୍‌ ଓ କ୍ରିକେଟ୍‌ ଜଗତର ବଡ଼ ବଡ଼ ତାରକା ଏବେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ବଧାଇ ଜଣାଉଛନ୍ତି। ନଜର ପକାନ୍ତୁ କିଏ କିଏ, ବିରାଟ ଓ ଅନୁଷ୍କାଙ୍କୁ ଶୁଭକାମନା ଜଣାଇଛନ୍ତି…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.