ଥଣ୍ଡା ସର୍ଦ୍ଦି ହୋଇଛି କି, ତାହେଲେ ଆରାମ ପାଇବା ପାଇଁ ବନାନ୍ତୁ ରସୁଣ ପରଟା

ଟିଫିନରେ ଖାଇବାକୁ ବହୁତ ଅପ୍ସନ ରହିଥାଏ। କିନ୍ତୁ ସବୁଠାରୁ ଭଲ ହେଉଛି ଗରମ ପରଟା ଏବଂ ଚଟଣୀ। ଯଦି ଆପଣଙ୍କୁ ବି ଟିଫିନରେ ଗରମ ଗରମ ପରଟା ଖାଇବାକୁ ପସନ୍ଦ ତାହେଲେ ଆପଣ ରସୁଣର ପରଟା ବନାଇ ପାରିବେ। ଏହା ଖାଇବାକୁୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଏହାସହିତ ଥଣ୍ଡା ସର୍ଦ୍ଦିରେ ବି ଏହା ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରସୁଣର ପରଟା କେମିତି ପ୍ରସ୍ତୁତ କରିବେ।

କେମିତି ତିଆରି କରିବେ ରସୁଣ ପରଟା

ରସୁଣ ପରଟା ବନାଇବା ପାଇଁ ଆପଣଙ୍କୁ ବହୁତ କମ୍‌ ଜିନିଷର ଆବଶ୍ୟକ ହୋଇଥାଏ। ଏଥିପାଇଁ ସର୍ବପ୍ରଥମେ ରସୁଣର ଚୋପା ଛଡାଇ କାଟି ଦିଅନ୍ତୁ। ଏବଂ ଏହାପରେ ଏଥିରେ କଞ୍ଚା ଲଙ୍କା କାଟି ମିଶାଇ ଦିଅନ୍ତୁ। ଏବେ ଏଥିରେ ଲୁଣ ଏବଂ ଜୁଆଣି ପକାନ୍ତୁ ଏବଂ ଭଲସେ ମିକ୍ସ କରନ୍ତୁ। ଆପଣଙ୍କର ରସୁଣର ସ୍ଟଫିଙ୍ଗ ପ୍ରସ୍ତୁତ ହୋଇଯାଇଛି।

ଏବେ ଆପଣ ଅଟାରେ ଲୁଣ, କଞ୍ଚା ଲଙ୍କା, ଗରମ ମସଲା ଏବଂ ଗୋଲମରୀଚ ପାଉଡର ମିଶାଇ ଦିଅନ୍ତୁ। ଏହି ସବୁ ଜିନିଷକୁ ବହୁତ କମ୍‌ ମାତ୍ରାରେ ହିଁ ମିଶାଇ ଦିଅନ୍ତୁ। କାହିଁକିନା ଅଧିକ କ୍ୱାଣ୍ଟିଟୀରେ ମିଶାଇବା ଦ୍ୱାରା ମସଲାର ସ୍ୱାଦ ଅଧିକ ହୋଇଯିବ। ଏବେ ଏହିସବୁ ଜିନିଷ ପ୍ରସ୍ତୁତ ହୋଇଗଲା ଯଦି ତାହେଲେ ଆପଣ ପରଟା ବନାନ୍ତୁ। ଅଟାର ଏକ ଛୋଟ ଗୋଲା ନିଅନ୍ତୁ ଏବଂ ଏହାପରେ ଏହାକୁ ଅଳ୍ପ ବେଲି ଦିଅନ୍ତୁ। ଏବେ ଏଥିରେ ଘିଅ ଲଗାଇ ଦିଅନ୍ତୁ ଏବଂ ରସୁଣର ସ୍ଟଫିଙ୍ଗ ଭରନ୍ତୁ। ଏବେ ଏହାକୁ ବନ୍ଦ କରନ୍ତୁ। ଆପଣ ଏହାକୁ ନିଜ ପସନ୍ଦର ସେପ୍‌ ଦେଇପାରିବେ। ଏହାପରେ ଏହାକୁ ହାଲକା ହାତରେ ବେଲି ଦିଅନ୍ତୁ। ଏବେ ପରଟାକୁ ତାଓ୍ଵାରେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ରସୁଣ ପରଟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.