କଟକ : ବିଜୟୀ ସ୍ୱାଧୀନ ପ୍ରାର୍ଥୀ ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଲେ

କଟକ (କେନ୍ୟୁଜ୍‌) : କଟକ ମହାନଗର ନିଗମ ୩୧ ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିବା ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ପହଁଚି ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ପଦ୍ମିନୀ ସାହୁ କହିଛନ୍ତି।

ଏହି ଅବସରରେ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ବିଶ୍ୱଜିତ ମହାନ୍ତି, ରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତି ଥିଲେ । ପଦ୍ମିନୀଙ୍କ ପରେ ଅନ୍ୟ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଜିଲ୍ଲା ସଭାପତି କହିଛନ୍ତି।

ଅନ୍ୟପକ୍ଷରେ କିଏ ହେବେ କଟକ ମହାନଗର ନିଗମର ଡେପୁଟି ମେୟର ତାହା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବୋଲି ଦେବାଶିଷ କହିଛନ୍ତି । ସେହିପରି ସୁବାସ ସିଂଙ୍କ ସ୍ଥାନରେ କିଏ ରାଜ୍ୟସଭା ଯିବେ ସେ ନିଷ୍ପତ୍ତି ମଧ୍ୟ ସେ ହିଁ ନେବେ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.