ଘରେ ବନାନ୍ତୁ ସ୍ୱିଟ ଏବଂ ସ୍ପାଇସୀ ସ୍ପେଶାଲ ଆପଲ୍‌ ଚଟଣୀ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ସେଓ – ୪ଟି
  • ଗୁଡ – ଏକ ଚାମଚ
  • ଜିରା ପାଉଡର – ୧ ଛୋଟ ଚାମଚ
  • ସୋରିଷ – ୧ ଛୋଟ ଚାମଚ
  • ଲଙ୍କା ପାଉଡର – ୧ ଛୋଟ ଚାମଚ
  • ଗରମ ମସଲା ପାଉଡର – ୧ ଛୋଟ ଚାମଚ
  • ଅଲିଭ/ରିଫାଇଣ୍ଡ ତେଲ – ୧ ବଡ ଚାମଚ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଆପଲ ଚଟଣୀ ରେସିପି ବନାଇବା ପାଇଁ ସର୍ବପ୍ରଥମେ ସେଓ ଚୋପାକୁ ଛଡାଇ କଦ୍ଦୁକସ୍‌ କରିଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଅଲିଭ୍‌ ଅଏଲ ପକାଇ ତାକୁ ଗରମ କରନ୍ତୁ। ତେଲ ଗରମ ହେବା ପରେ ସୋରିଷ ପକାଇ ଭାଜି ଦିଅନ୍ତୁ। ଏହାପରେ କଞ୍ଚା ଲଙ୍କା, ଜିରା, ଗରମ ମସଲା, ଗୋଲ ମରୀଚ ପାଉଡର ମିଶାନ୍ତୁ ଏବଂ ତାକୁ ହାଲକା ଭାଜି ଦିଅନ୍ତୁ। ମସଲା ଫ୍ରାଏ ହେବା ପରେ ଆପଲ, ଲୁଣ ଏବଂ ଗୁଡକୁ ପ୍ୟାନରେ ପକାଇ ଦିଅନ୍ତୁ ଏବଂ ମଧ୍ୟମ ଆଞ୍ଚରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାଇ ଫୁଟାନ୍ତୁ। ଯେତେବେଳେ ଚଟଣୀ ଅଳ୍ପ ଗାଢ଼ା ହୋଇଯିବ, ସେତେବେଳେ ଜାଣିବେ ଏହା ପ୍ରସ୍ତୁତ ହୋଇଯାଇଛି। ଏବେ ଗ୍ୟାସ ବନ୍ଦ କରିଦିଅନ୍ତଚ। ଆପଣଙ୍କ ସେଓ ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଥଣ୍ଡା ହେବା ପରେ କୌଣସି ବି ସ୍ନାକ୍ସ ସହ ଖାଇପାରିବେ ଏବଂ ଭରପୂର ଆନନ୍ଦ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.