PM ମୋଦିଙ୍କୁ ଭେଟି ମାତ୍ର କିଛି ସମୟ ମଧ୍ୟରେ ସୁପରଷ୍ଟାର ପାଲଟିଗଲେ ଆୟୁଷ କୁଣ୍ଡଳ, ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ : ଦୃଢ ମନବଳ ଥିଲେ ବିଫଳତା କେବେ ହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ । ଏହା କଥାଟି ନିରାଟ ସତ୍ୟ । ଏହାର ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ । ଆମେ କହୁଛୁ ମଧ୍ୟପ୍ରଦେଶର ଆୟୁଷ କୁଣ୍ଡଳଙ୍କ ବିଷୟରେ ଯାହାଙ୍କ ପାଇଁ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ କେବଳ ଟୁଇଟ୍ କରି ସାକ୍ଷାତ କରିବାର ଖୁସି ପ୍ରକାଶ କରିନାହାଁନ୍ତି ବରଂ ଟ୍ୱିଟରରେ ତାଙ୍କୁ ଫଲୋ କରି ତାଙ୍କ ଦ୍ୱାରା ତିଆରି ପେଟିଂ ଓ ୟୁଟ୍ୟୁବ୍‌ ଚ୍ୟାନେଲକୁ ବି ପ୍ରମୋଟ କରିବାକୁ ସର୍ବସାଧାରଣରେ ଘୋଷଣା କରିଛନ୍ତି।

ଗୁରୁବାର ଅପରାହ୍ନ ୧:୩୪ ସମୟରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଗୋଡରେ କଳାକୃତି କରୁଥିବା ଜଣେ ଭିନ୍ନକ୍ଷମ ପିଲାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ପେଟିଂର ଫଟୋ ଟ୍ୱିଟରରେ ସେୟାର କରିଥିଲେ ସେ ପରବର୍ତ୍ତୀ ମୁହୂର୍ତ୍ତରେ ଭାରତର ସୁପରଷ୍ଟାର ହୋଇଥିଲେ। କିଛି ସମୟ ମଧ୍ୟରେ ଆୟୁଷ କୁଣ୍ଡଲଙ୍କ ନାମ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଟ୍ୱିଟରରେ ବଲିଉଡ ବିଗ୍ ବି’ର ଶହେନ୍ସା ଆୟୁଷ କୁଣ୍ଡାଲଙ୍କୁ ଫଲୋ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କର ପ୍ରଶଂସକ ହୋଇଯାଇଛନ୍ତି।

ଆୟୁଷ ବାରୱାର ବାସିନ୍ଦା। ସେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦେଇଥିଲେ।
ବାରୱାର ଦିବ୍ୟାଙ୍ଗ ଆୟୁଷଙ୍କ ଚିତ୍ର ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଆୟୁଷଙ୍କ ମା ପୁଅର ସ୍ବପ୍ନ ବିଷୟରେ କହିଥିଲେ। ଆଉ ଆୟୁଷ ପ୍ରଧାନମନ୍ତ୍ରୀଙ୍କୁ ଭେଟ ହେବାରେ ଖଣ୍ଡୱା ସାଂସଦ ଜ୍ଞାନେଶ୍ୱର ପାଟିଲଙ୍କ ଚେଷ୍ଟା ଯୋଗୁଁ ସମ୍ଭବ ହୋଇପାରିଛି । ଆଉ ଏହି ୧୫ ମିନିଟରଭେଟରେ ଆୟୁଷ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଜିନିଷ ରଖିଥିଲେ।

ଆୟୁଷ ସେରେବ୍ରାଲ ପାଲସିରେ ପୀଡିତ। ସେ ଗୋଡରେ ଚିତ୍ର ଆଙ୍କନ୍ତି। ଆୟୁଷଙ୍କୁ ଭେଟିବା ପରେ ପିଏମ ମୋଦି ଟୁଇଟ୍‌ କରିଛନ୍ତି – ଆପଣ ଯେଉଁଭଳି ଭାବରେ ଗୋଡ ଆଙ୍ଗୁଠିରେ ନିଜ ଭାବନା ବ୍ୟକ୍ତ କରି ଚିତ୍ର ଆଙ୍କିବାରେ ସକ୍ଷମ ହୋଇଛନ୍ତି, ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇବ। ପ୍ରାୟ ଦେଢ ବର୍ଷ ପୂର୍ବେ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆୟୁଷଙ୍କ ଚିତ୍ର ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେ ମୁମ୍ବାଇରେ ତାଙ୍କୁ ଭେଟିଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ଆୟୁଷଙ୍କ ପେଣ୍ଟିଂକୁ ୫୦ ହଜାର ଟଙ୍କାରେ କିଣିଥିଲେ

ସୂଚନା ଅନୁଯାୟୀ ଆୟୁଷ ୧୦ ବର୍ଷ ବୟସରେ ଦିବ୍ୟାଙ୍ଗଙ୍କର ଏକ ସ୍କୁଲରେ ଭର୍ତ୍ତି ହୋଇଥିଲେ । ସେ ଧିରେ ଧିରେ ଡ୍ରାଇଭିଂ ଓ ସ୍କେଚିଂରେ ଇଚ୍ଛାକୁ ବିକଶିତ କରିଥିଲେ । ସେ କୁହନ୍ତି ଯେବେ ସେ ରଙ୍ଗ ସହ ସଂପର୍କ ଯୋଡ଼ିଲେ, ଆଉ ପଛକୁ ଫେରି ଚାହିଁନଥିଲେ । ଆଜି ସେ ପାଦର ଆଙ୍ଗୁଠିରେ ରଙ୍ଗ ଦେବାର କଳା ହାସଲ କରି ସାରିଛନ୍ତି । ଚିତ୍ରକଳା ପ୍ରଦର୍ଶନୀରେ ଅନେକ ପୁରସ୍କାର ହାସଲ କରିଥିବା ଆୟୁଷ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ଆଉ ଅନେକଙ୍କ ମନରେ ଭରି ଦେଇଛନ୍ତି ସାହସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.