ବ୍ରେଡ କିମ୍ବା ପରଟାରେ ଖାଇବାକୁ ବନାନ୍ତୁ ମ୍ୟାଙ୍ଗୋ ଜାମ୍‌, ସ୍ୱାଦ୍‌ ଏକଦମ୍‌ ନିଆରା

ଜାମ୍‌ ଏକ ଏମିତି ଫୁଡ୍‌ ଆଇଟମ୍‌ ଯାହାକୁ ଲୋକମାନେ ରୁଟି, ବ୍ରେଡ ଏବଂ ଟୋଟେ ସହିତ ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି। ଜାମ୍‌ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟ ପାଇଁ ବହୁତ ଭଲ ହୋଇଥାଏ। ପିଲାମାନଙ୍କୁ ତ ଜାମ୍‌ ଖାଇବାକୁ ବହୁତ ଭଲ ଲାଗିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ମ୍ୟାଙ୍ଗୋ ଜାମ୍‌। ଯାହାକୁ ବନାଇବା ବି ଏକଦମ୍‌ ସହଜ। ଏତେ ତ ମାର୍କେଟରେ ଆମ୍ବ ପ୍ରଚୁର ମାତ୍ରାରେ ମିଳୁଛି। ସେଥିପାଇଁ ଆମେ ଭାବିଲୁ କାହିଁକି ଆପଣଙ୍କୁ ମ୍ୟାଙ୍ଗୋ ଜାମ୍‌ ବନାଇବା ନ ଶିଖାଇବୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମିଡିୟମ୍‌ ସାଇଜର ଆମ୍ବ – ୪ଟି
ଚିନି – ୧ କପ୍‌
ଲେମ୍ବୁ ରସ – ୨ ଚାମଚ୍‌

jamପ୍ରସ୍ତୁତି ପ୍ରଣାଳୀ

ଏହାକୁ ବନାଇବା ପାଇଁ ସର୍ବପ୍ରଥମେ ଆମ୍ବକୁ ଭଲଭାବେ ଧୋଇ ଏହାର ଚୋପା ଛଡାଇ ଦିଅନ୍ତୁ। ତାପରେ ଆମ୍ବକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ କାଟି ରଖିଥିବା ଆମ୍ବକୁ ଗ୍ରାଇଣ୍ଡରରେ ଭର୍ତ୍ତି କରି ଏକ ପତଳା ପେଷ୍ଟ ବନାଇ ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଆମ୍ବର ପେଷ୍ଟ ପକାନ୍ତୁ। ଏହାପରେ ଆପଣ ଏହାକୁ ମିଡିୟମ ଆଞ୍ଚରେ ବସାଇ ଏଥିରେ ଚିନି ପକାଇ ଭଲଭାବେ ମିଶିବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏହାପରେ ଆପଣ ଲେମ୍ବୁ ରସ ପକାଇ ମିଶାଇ ଦିଅନ୍ତୁ। ଯେତେବେଳେ ଆମ୍ବର ଏହି ପେଷ୍ଟ ଗାଢ଼ା ହୋଇଯିବ ଆପଣ ଏହାକୁ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କ ମ୍ୟାଙ୍ଗୋ ଜାମ୍‌ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ବ୍ରେଡ୍‌ କିମ୍ବା ପରଟା ସହିତ ଖୁବ୍‌ ମଜାରେ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.