Below header

ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ତରୁଣ ମଜୁମଦାରଙ୍କ ୯୧ ବର୍ଷରେ ପରଲୋକ, ଓଡ଼ିଆ ଫିଲ୍ମ ‘ଅକୁହା କଥା’ରେ ଦେଇଥିଲେ ନିର୍ଦ୍ଦେଶନା

ବରିଷ୍ଠ ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ତରୁଣ ମଜୁମ୍‌ଦାରଙ୍କର ୯୧ ବର୍ଷ ବୟସରେ ଆଜି ନିଧନ ହୋଇଛି। ବୟସାଧିକ ରୋଗରେ ସେ ଦୀର୍ଘ ଦିନ ହେଲାଣି ପୀଡ଼ିତ ଥିଲେ। କୋଲକାତାର ଏସ୍‌ଏସ୍‌କେଏମ୍‌ର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତରୁଣ ମଜୁମଦାରଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଶହ ଶହ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ତରୁଣ ମଜୁମ୍‌ଦାର ଓଡ଼ିଆ ଫିଲ୍ମ ‘ଅକୁହା କଥା’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

୧୯୮୫ ମସିହାରେ ସେ ଅଲୋର ପିପସା ଫିଲ୍ମରେ ବସନ୍ତ ଚୌଧୁରୀଙ୍କ ସହ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଫିଲ୍ମ ନିର୍ମାତାଙ୍କ ଗ୍ରୁପ୍‌ ଯାତ୍ରୀକରେ କାମ କରିଥିଲେ। ଏଥିରେ ତରୁଣ ମଜୁମଦାରଙ୍କ ସହ ଦିଲ୍ଲୀପ ମୁଖୋପାଧ୍ୟାୟ ଓ ସଚିନ୍‌ ମୁଖାର୍ଜୀ ମଧ୍ୟ ଥିଲେ। ଏହା ପରେ ୧୯୬୩ ମସିହାରେ ସେ ଯାତ୍ରିକ ଛାଡ଼ି ଦେଇଥିଲେ। ତରୁଣଙ୍କର ଲୋକପ୍ରିୟ ଫିଲ୍ମ ଗୁଡ଼ିକ ମଧ୍ୟରେ ବାଳିକା ବଧୂ, କୁହେଳୀ, ଶ୍ରୀମନ ପୃଥ୍ଵୀରାଜ, ଦାଦର କୀର୍ତ୍ତି, ସ୍ମୃତି ତୁକୁ ଠକ, ପଲଟକ, ଗଣଦେବତା ଆଦି ରହିଛି।

ନିଜ ଫିଲ୍ମ କ୍ୟାରିୟରରେ ସେ ଉତ୍ତମ କୁମାର, ସୁଚିତ୍ରା ସେନ୍‌, ଛବି ବିଶ୍ୱାସ, ସୌମିତ୍ର ଚାଟାର୍ଜୀ, ସନ୍ଧ୍ୟା ରାୟ ପ୍ରମୁଖ କଳାକାରଙ୍କ ସହ କାମ କରିଛନ୍ତି। ୧୯୯୦ ମସିହାରେ ତରୁଣ ମଜୁମଦାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୨୧ରେ ତାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସହ ପାଞ୍ଚଟି ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

Also Read: ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଛି ଟ୍ରେନିଂ ପ୍ରୋଗ୍ରାମ୍‌, +୨ ପଢ଼ୁଥିଲେ ଏବେ ହିଁ କରନ୍ତୁ ଆବେଦନ; ମିଳିବ ଆକର୍ଷଣୀୟ ପୁରସ୍କାର ରାଶି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.