Below header

ବିଦେଶରେ ଗଡ଼ିଲା ଜଗା ରଥ: ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଦୁବାଇ ଓ ଜର୍ଜିଆ

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥକୁ ଟାଣି ଟାଣି ନେବାବେଳେ ବିଦେଶୀ ଭକ୍ତଙ୍କ ମୁହଁରୁ ଶୁଭୁଥାଏ ଜୟ ଜଗନ୍ନାଥ…ଜୟ ଜଗନ୍ନାଥ…ଧ୍ୱନୀ…

ବିଶ୍ଵର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଥିବାବେଳେ ୟୁନାଇଟେଡ ଷ୍ଟେଟର ଜର୍ଜିଆ ସହରରେ ରଥଯାତ୍ରା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଜର୍ଜିଆ ସହରରେ ଥିବା ଆଟଲାଣ୍ଟା ସହରରେ ୩୦୦୦ରୁ ଉର୍ଦ୍ଧ୍ବ ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ପାଳିତ ହୋଇଛି। ଜର୍ଜିଆ ଓଡ଼ିଆ ସୋସାଇଟି ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାରେ ବହୁ ସଂଖ୍ୟାରେ ଓଡ଼ିଆ ଓ ଭାରତୀୟ ଏହି ପବିତ୍ର ପର୍ବରେ ସାମିଲ ହୋଇଥିଲେ।ମହାପ୍ରଭୁଙ୍କ ପହଣ୍ଡି ଠାରୁ ଆରମ୍ଭ କରି ରଥ ଟାଣିବା ପାଇଁ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା।

ratha

ସେହିପରି ଦୁବାଇରେ ମଧ୍ୟ ଖୁବ୍‌ ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା । ଏଥିରେ UAEର ବିଭିନ୍ନ ଏମିରେଟସ୍‌ରେ ରହୁଥିବା ଓଡ଼ିଆ ମାନେ ଯୋଗ ଦେଇଥିଲେ । ବ୍ରାଇଟ୍ ରାଇଡର୍ସ ସ୍କୁଲରେରେ OSUAE ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗନ୍ନାଥ ମହାପ୍ରଭୁଙ୍କୁ ରଥାରୁଢ କରାଯିବା ପରେ ପୂଜାର୍ଚ୍ଚନା କରଯାଇଥିଲା । ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୁରା ପରିବେଶ । ପରେ ପହଣ୍ଡି ବିଜେ କରି ରଥଟଣା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା । ଗତ ୧୦ ବର୍ଷ ଧରି ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଆସୁଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି OSUAE ସଭାପତି ଅମୀୟ ମିଶ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.