ବିରିୟାନୀ ତ ବହୁତ ଖାଇଥିବେ କିନ୍ତୁ କଣ କେବେ ଖାଇଛନ୍ତି କି ପରଦା ବିରିୟାନୀ, ମୁହଁରେ ଆସିଯିବ ପାଣି

ଆବଶ୍ୟକ ସାମଗ୍ରୀ

  • ୧ ଗ୍ଲାସ ଭିଜାଇ ରଖିଥିବା ଚାଉଳ
  • ୨ଟି କଟା ପିଆଜ, ଗୋଟେ ଟମାଟୋ ଏବଂ ୨ଟି କଞ୍ଚା ଲଙ୍କା
  • କଟା ପରିବା ଯେମିତିକି ଫୁଲକୋବି, ଗାଜର,ମଟର, ପନୀର, ଆଳୁ, ବିନ୍ସ, ସିମଲା ଲଙ୍କା (ନିଜ ପସନ୍ଦ ମୁତାବକ ପରିବା ନେଇପାରିବେ)
  • ୧ ଗିନା ଧନିଆ ପତ୍ର ଏବଂ ପୋଦିନା
  • ଏକ ଗିନା ଭିଜାଇ ରଖିଥିବା ଅଟା
  • ଲାଲ ଏବଂ କେସର ରଙ୍ଗ ଏବଂ କେଓ୍ଵଡା (ଅପ୍ସନାଲ)
  • ଗୋଟା ମସଲା (ତେଜ ପତ୍ର, ଲବଙ୍ଗ, ଗୋଲ ମରୀଚ, ଛୋଟ ବଡ ଅଳେଇଚ, ଜିରା, ଡାଲଚିନି, ଚକ୍ରଫଳ, ଗୋଟେ ଲେମ୍ବୁ
  • ସୁଖିଲା ମସଲା (ଲାଲ ଲଙ୍କା, ଲୁଣ, ହଳଦୀ, ଧନିଆ, ଗରମ ମସଲା, ହେଙ୍ଗୁ)
  • ଦେଶି ଘିଅ (ଅଟା ଏବଂ ରାଇସ୍‌ ପାଇଁ ଉଭୟ ପାଇଁ)
  • ସୋଡା (ଅଟା ପାଇଁ)
  • ଦୁଇ ଚାମଚ ଦହି (ଅଟା ପାଇଁ)
  • କାଜୁ ଏବଂ ବାଦାମ୍‌ ଭିଜା ହୋଇଥିବା

parda biriyaniପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଆପଣ ଅଟାରେ ଲୁଣ, ଦେଶି ଘିଅ ଏବଂ ସୋଡାକୁ ପକାଇ ଉଷୁମ ପାଣିରେ ଭିଜାଇ ଦିଅନ୍ତୁ ଏବଂ ଏହାକୁ ଘୋଡାଇ ରଖିଦିଅନ୍ତୁ।
  2. ସମସ୍ତ ପରିବାକୁ ଗରମ ପାଣିରେ ପକାଇ ଧିମା ଆଞ୍ଚରେ ଘୋଡାଇ ସିଝାନ୍ତୁ।
  3. ଫ୍ରାଏ ପ୍ୟାନରେ ଘିଅ ପକାଇ ସେଥିରେ ପିଆଜ ପକାଇ ଭାଜନ୍ତୁ।
  4. ପିଆଜ ଭାଜି ଆସିଲା ପରେ ସେଥିରେ ସୁଖିଲା ଏବଂ ଗୋଟା ମସଲା ସବୁ ପକାଇ କିଛି ସେକେଣ୍ଡ ଭାଜନ୍ତୁ।
  5. ଏହାପରେ ସିଝାଇ ରଖିଥିବା ପରିବାକୁ ପକାଇ ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ସବୁକୁ ଆଞ୍ଚରେ ବସାଇବା ପରେ ଚାଉଳ ପକାନ୍ତୁ ଏବଂ ଚାଉଳକୁ ଦୁଇଗୁଣା ପାଣିି ଦେଇ ଘୋଡାଇ ଦିଅନ୍ତୁ। ଏବଂ ପାଣି ସୁଖିଗଲା
  6. ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  7. ଏବେ ଚକଟି ରଖିଥିବା ଅଟାକୁ ନେଇ ଏକ ମୋଟା ରୁଟି ବନାଇ ଦିଅନ୍ତୁ। ଏବେ ଏହି ରୁଟିକୁ ଚାରି ଭାଗରେ କାଟି ଦିଅନ୍ତୁ ଏବଂ ଫ୍ରାଇଙ୍ଗ ପ୍ୟାନରେ କଟୋରୀ ବା ତାଟିଆ ସେପ ଦେଇ ଲଗାଇ ଦିଅନ୍ତୁ।
  8. ଏଥିରେ ଭାଜି ରଖିଥିବା କାଜୁ ଏବଂ ବାଦାମ ପକାନ୍ତୁ। ଏହାସହ ଧନିଆ ପୋଦିନା ପତ୍ର ବି ପକାଇ ଦିଅନ୍ତୁ। ଏହାସହିତ କେସର ରଙ୍ଗ ଏବଂ କେଓ୍ଵଡା ବି ପକାଇ ଦିଅନ୍ତୁ।
  9. ଏବେ ଏଥିରେ ପୂର୍ବରୁ ରଖିଥିବା ବିରିୟାନୀ ରାଇସକୁ ପକାଇ ଦିଅନ୍ତୁ ଏବଂ ଏହାକୁ ଚାରିପଟରୁ ଅଟାରେ ଘୋଡାଇ ରଖନ୍ତୁ।
  10. ଏବେ ଫ୍ରାଏ ପ୍ୟାନକୁ ଘୋଡାଇ କିଛି ସେକେଣ୍ଡ ରଖନ୍ତୁ ଏବଂ ଏହାପରେ ଆଉ ଗୋଟେ ଫ୍ରାଏ ପ୍ୟାନ ସାହାଯ୍ୟରେ ପରଦା ବିରିୟାନୀକୁ ଓଲଟାଇ ଦିଅନ୍ତୁ।
  11. କିଛି ସେକେଣ୍ଡରେ ଆପଣଙ୍କ ପରଦା ବିରିୟାନୀ ପ୍ରସ୍ତୁତ କରନ୍ତୁ। ଏହାପରେ ଏବେ ଏହାକୁ ସର୍ଭ କରିଦିଅନ୍ତୁ।

biriyani

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.