ଆପଣଙ୍କ ଡିନରକୁ କରନ୍ତୁ ସ୍ପେଶାଲ, ଆଜି ଘରେ ବନାନ୍ତୁ ଟେଷ୍ଟି ଚିଲ୍ଲି କୋବି

ଆଜି ଯଦି ଆପଣ ଭାବୁଛନ୍ତି କିଛି ସ୍ପେଶାଲ ବନାଇବା ପାଇଁ ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚିଲ୍ଲି କୋବି ବନାଇବାର ଟେଷ୍ଟି ରେସିପି। ଏହି ରେସିପିକୁ ଫଲୋ କରି ଆପଣ ରେଷ୍ଟୁରାଣ୍ଟ ଷ୍ଟାଇଲ ଚିଲ୍ଲି କୋବି ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ୍‌ କୋବି (ଛୋଟ ଖଣ୍ଡରେ କଟା ହୋଇଥିବା)
  • ୨ ଚାମଚ ଲୁଣ
  • ୧/୨ କପ୍‌ କର୍ଣ୍ଣଫ୍ଲୋର
  • ୧ ଚାମଚ୍‌ ଅଦା ରସୁଣ ପେଷ୍ଟ
  • ପାଣି (ଆବଶ୍ୟକ ଅନୁସାରେ)
  • ତେଲ (ଛାଣିବା ପାଇଁ)
  • ୨ କପ୍‌ ପିଆଜ
  • ୨ ଚାମଚ କଞ୍ଚା ଲଙ୍କା
  • ୧ ଚାମଚ ସୋୟା ସସ୍‌
  • ୨ ଚାମଚ ଭିନେଗାର
  • ପିଆଜ ଏବଂ ଧନିଆ ପତ୍ର (ସଜାଇବା ପାଇଁ)

ଚିଲ୍ଲି କୋବି ପାଇଁ ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ କୋବିରେ ଏକ ଚାମଚ ଲୁଣ, କର୍ଣ୍ଣଫ୍ଲୋର, ରସୁଣ ଅଦା ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ଭଲଭାବେ ଧୋଇ ଦିଅନ୍ତୁ। ଯେମିତି କୋବିର ସବୁ ଖଣ୍ଡ ମସଲା ସହିତ ମିଶିଯିବ। ଏତେ ତେଲ ଗରମ କରି ସେଥିରେ କୋବିକୁ ପକାନ୍ତୁ ଏବଂ ମିଡିୟମ ଆଞ୍ଚରେ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଏକ କଡାରେ ଦୁଇ ବଡ ଚାମଚ ତେଲ ଗରମ କରି ପିଆଜ ପକାଇ ଭାଜି ଦିଅନ୍ତୁ। ଏଥିରେ ଧନିଆପତ୍ର ପକାଇ ଭଲଭାବେ ଚଲାନ୍ତୁ। ଏହାପରେ ଏଥିରେ ବଳକା ଲୁଣ, ଭିନେଗାର, କୋବି ଏବଂ ସୋୟର ସସ୍‌ ପକାଇ ଦିଅନ୍ତୁ। ଏହାପରେ ଏହିସବୁକୁ ଭଲଭାବେ ମିଶାଇ ଧନିଆ ପତଅ ଏବଂ ପିଆଜ ପକାଇ ଗାର୍ନିସ୍‌ କରି ଗରମା ଗରମା ରୋଟି ସହିତ ସର୍ଭ କରନ୍ତୁ।

Leave A Reply

Your email address will not be published.