ଜନ୍ମ ତାରିଖ କହିବ ଆପଣ ଲଭ୍ ମ୍ୟାରେଜ୍ କରିବେ ନା ଆରେଞ୍ଜ୍ : ଜାଣିବା ପାଇଁ ପଢନ୍ତୁ

ନିଜ ବିବାହକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଥାନ୍ତି । ସବୁଠାରୁ ପ୍ରଥମ ପ୍ରଶ୍ନ ଯାହା ସମସ୍ତ ଯୁବପିଢିଙ୍କ ହୃଦୟ ଅସିଥାଏ ନିଜ ବିବାହକୁ ନେଇ କି, ସେମାନଙ୍କୁ ଭବିଷ୍ୟତରେ ଲଭ୍ ମ୍ୟାରେଜ୍ ହେବ ନା ଆରେଞ୍ଜ୍ ମ୍ୟାରେଜ୍ ହେବ । ଯାଦି ଏହି ପରି କିଛି ପ୍ରଶ୍ନ ଆପଣଙ୍କୁ ହଇରାଣ କରୁଛି ତେବେ ଖୁସି ହୋଇଯାଆନ୍ତୁ । ବିବାହକୁ ନେଇ ସମସ୍ତ ପ୍ରଶ୍ନର ଉତ୍ତର ନିଜେ ହିଁ ଆପଣଙ୍କର ବାର୍ଥଡେଟ୍ ରେ ଲୁଚି ରହିଛି । ବିଶ୍ବାସ ହେଉ ନାହିଁ ତେବେ ପଢନ୍ତୁ ଏଇ ଖବର –

true

ମୂଲ୍ୟାଙ୍କ ୧

ଯେଉଁ ଲୋକମାନଙ୍କ ଜନ୍ମ କେଉଁବି ମାସର ୧, ୧୦, ୧୯, ୨୮ ତାରିଖକୁ ହୋଇଥାଏ ସେମାନଙ୍କୁର ମୂଲ୍ୟାଙ୍କ ୧ ହୋଇଥାଏ । ଏହି ମୂଲ୍ୟାଙ୍କର ଲୋକମାନେ ସର୍ବଦା ଲାଜକୁଳା ଭଳି ଦିଶିଥାନ୍ତି । ଏମାନେ କେବେବି ନିଜ ପ୍ରେମକୁ କାହା ଆଗରେ ପ୍ରକାଶ କରିପାରି ନଥାନ୍ତି । ଯେଉଁ କାରଣ ପାଇଁ ଏମାନେ ଲଭ୍ ମ୍ୟାରେଜ୍ କରିପାରନ୍ତି ନାହିଁ । ଏହି ଅଙ୍କଟି ସୂର୍ୟ୍ୟଙ୍କର ପ୍ରତୀକ ଅଟେ ।

ମୂଲ୍ୟାଙ୍କ ୨

ଯେଉଁ ଲୋକମାନଙ୍କ ଜନ୍ମ କେଉଁବି ମାସର ୨, ୧୧, ୨୦ ଏବଂ ୨୯ ତାରିଖକୁ ହୋଇଥାଏ ସେମାନଙ୍କର ୨ ମୂଲ୍ୟାଙ୍କ ହୋଇଥାଏ । ଏହି ଅଙ୍କର ଲୋକମାନେ ବହୁତ ଭାବି ଚିନ୍ତି ପ୍ରେମ କରିଥାନ୍ତି । ପ୍ରେମରେ ପଡିବା ପରେ ଏହି ଲୋକମାନେ କେବେ ପଛକୁ ଫେରି ଚାହିଁ ନଥାନ୍ତି ।

ଆହୁରି ପଢନ୍ତୁ : ନିଜ ସାଥୀଙ୍କ ପାଇଁ ନିହାତି କରନ୍ତୁ ଏହି ୩ଟି କାମ : ମହକି ଉଠିବ ସଂପର୍କ

ମୂଲ୍ୟାଙ୍କ ୩

ଯେଉଁ ଲୋକମାନଙ୍କ ଜନ୍ମ କେଉଁବି ମାସର ୩, ୧୨, ୨୧ ଏବଂ ୩୦ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୩ ହୋଇଥାଏ । ଏହି ମୂଲ୍ୟାଙ୍କର ଲୋକମାନେ ଲଭ୍ ମ୍ୟାରେଜ୍ କରିବାରେ ବହୁତ ସଫଳ ହୋଇପାରିଥାନ୍ତି ।

ମୂଲ୍ୟାଙ୍କ ୪

ଏହି ମୂଲ୍ୟାଙ୍କର ଲୋକମାନେ କଦାପି ପ୍ରେମ ଉପରେ ବିଶ୍ବାସ କରି ନଥାନ୍ତି । ଏହି ଅଙ୍କର ଲୋକମାନେ ଅଧିକରୁ ଅଧିକ ପ୍ରେମ ସଂପର୍କ ସ୍ଥାପନା କରିଥାନ୍ତି । ତେଣୁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇ ନଥାନ୍ତି ।

ମୂଲ୍ୟାଙ୍କ ୫

ଯେଉଁ ଲୋକମାନଙ୍କ ଜନ୍ମ କେଉଁବି ମାସର ୫, ୧୪ ଏବଂ ୨୩ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୫ ହୋଇଥାଏ । ଏହି ଅଙ୍କର ଲୋକମାନେ ପାରମ୍ପାରିକ ସଂପର୍କକୁ ଅଧିକ ଗୁରୁତ୍ବ ଦେଇଥାନ୍ତି । ଏହି ଲୋକମାନେ ପାରିବାର ଲୋକଙ୍କ ପସନ୍ଦରେ ବିବାହ କରିଥାନ୍ତି ।

ମୂଲ୍ୟାଙ୍କ ୬

ଯେଉଁ ଲୋକମାନଙ୍କ ଜନ୍ମ ମାସର ୬, ୧୫ ଏବଂ ୨୪ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୬ ହୋଇଥାଏ । ଏହି ଲୋକମାନେ ସର୍ବଦା ପ୍ରେମ ବିବାହରେ ସଫଳତା ପାଇଥାନ୍ତି । କିନ୍ତୁ ଅନେକ ଜଣଙ୍କ ସହିତ ଏହି ଅଙ୍କର ଲୋକମାନେ ପ୍ରେମ ସଂପର୍କ ରଖିଥାନ୍ତି ।

ମୂଲ୍ୟାଙ୍କ ୭

ଯେଉଁ ଲୋକମାନଙ୍କ ଜନ୍ମ ମାସର ୭, ୧୭ ଏବଂ ୨୫ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୭ ହୋଇଥାଏ । ମୂଲ୍ୟାଙ୍କ ୭ର ଗ୍ରହାଦି ପତି ହେଉଛନ୍ତି କେତୁ । ଏହି ଲୋକମାନେ ପ୍ରେମରେ ପଡିଥାନ୍ତି କିନ୍ତୁ ଯେତେବେଳେ ବିବାହ ସମୟ ଆସେ ସେବେ ଏମାନେ ପଛଘୁଞ୍ଚା ଦେଇଥାନ୍ତି । ଏହି ମୂଲ୍ୟାଙ୍କର ଲୋକମାନେ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାନ୍ତି ।

ମୂଲ୍ୟାଙ୍କ ୮

ଯେଉଁ ଲୋକମାନଙ୍କ ଜନ୍ମ ମାସର ୮, ୧୭ ଏବଂ ୨୬ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୮ ହୋଇଥାଏ । ଏହି ମୂଲ୍ୟାଙ୍କ ଲୋକମାନଙ୍କର ରାଶ୍ୟାଦି ପତି ଶନି ହୋଇଥାନ୍ତି । ଏହି ଲୋକମାନେ ପ୍ରେମ ବିବାହ ହିଁ କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ନିଷ୍ପତ୍ତି ଠିକ୍ ହୋଇଥାଏ । ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଖୁବ୍ ଭଲପାଇବା ରହିଥାଏ ।

ମୂଲ୍ୟାଙ୍କ ୯

ଯେଉଁ ଲୋକମାନଙ୍କ ଜନ୍ମ ମାସର ୯, ୧୮ ଏବଂ ୨୭ ତାରିଖକୁ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୯ ହୋଇଥାଏ । ଏହି ମୂଲ୍ୟାଙ୍କର ଲୋକମାନେ ପ୍ରେମ ବିବାହ ଉପରେ ବେଶି ବିଶ୍ବାସ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.