ପ୍ରତିଦିନ ୧ ଚୁଟ୍କି କଳା ଲୁଣ ଆପଣଙ୍କୁ ସବୁ ପ୍ରକାର ସମସ୍ୟାରୁ ଛୁଟକାରା ଦେବ! ଜାଣନ୍ତୁ ଏହାର ଅଜବ ଫାଇଦା…

ଭାରତୀୟ ରୋଷେଇରେ କଳା ଲୁଣ କାହିଁ କେଉଁ କାଳରୁ ବ୍ୟବହାର ହୋଇଆସୁଛି। ଏହାକୁ ମୁଖ୍ୟତଃ ସାଲାଡ୍, ଫଳ, ଜୁସ୍ ଆଦିରେ ବ୍ୟବହାର କରାଯାଇଥାଏ। କିନ୍ତୁ ଅନେକ ଘରୋଇ ଉପଚାରରେ ମଧ୍ୟ କଳା ଲୁଣ ବେଶ୍ ଲାଭଦାୟକ ହୋଇଥାଏ। କଳା ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ସାଙ୍ଗକୁ ଆମ ସ୍ୱାସ୍ଥ୍ୟକୁ ବିଭିନ୍ନ ପ୍ରକାର ଫାଇଦା ପହଞ୍ଚାଇଥାଏ। କୁହାଯାଏ, କଳା ଲୁଣ ଓଜନ ହ୍ରାସରେ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ। ହେଲେ ମନେ ରଖନ୍ତୁ, ଜଣେ ବ୍ୟକ୍ତି ଦିନକୁ ୧ ଚାମଚ (୬ ଗ୍ରାମ)ରୁ ଅଧିକ କଳା ଲୁଣ ଖାଇବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ କ୍ଷେତ୍ରରେ କଳା ଲୁଣର ଜବରଦସ୍ତ ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା…
-ଯେଉଁମାନଙ୍କୁ ସବୁବେଳେ ଛାତି ଜଳାପୋଡ଼ା ସମସ୍ୟା ରହିଥାଏ, ସେମାନେ ନିଜ ଖାଦ୍ୟରେ କଳା ଲୁଣ ନିଶ୍ଚୟ ସାମିଲ କରିବା ଉଚିତ। କଳା ଲୁଣ ଏସିଡ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
-କଳା ଲୁଣ ଯକୃତରେ ପିତ୍ତ ସୃଷ୍ଟି କରିବାରେ ସାହାଯ୍ୟ କରି ପାଚନରେ ସହାୟତା କରିଥାଏ। ଏହା ବ୍ୟତୀତ ଛୋଟ ଅନ୍ତଃନଳୀରେ ହେଉଥିବା ଅବଶୋଷଣ ପ୍ରକ୍ରିୟାକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
-କଳା ଲୁଣରେ ଆଣ୍ଟି ଓବେସିଟି ଗୁଣ ରହିଛି, ଯାହାକି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କ ପେଟ ଭାରୀ ଭାରୀ ଲାଗୁଛି, ତା’ ହେଲେ ଗରମ ପାଣିରେ କଳା ଲୁଣ ମିଶାଇ ଏହାକୁ ଚା’ ରୂପେ ସେବନ କରି ପାରିବେ। ଆପଣ ଚାହିଁଲେ ଏଥିରେ ହାଲୁକା ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।

-କଳା ଲୁଣରେ ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ରହିଛି। ଅତ୍ୟାବଶ୍ୟକ ମିନେରାଲ୍ସରେ ଭରପୂର ଥିବା କଳା ଲୁଣ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ। ଯଦି ଆପଣଙ୍କ ତ୍ୱଚା ଫାଟିଲା ଭଳି ଦିଶୁଛି, ତା’ ହେଲେ ଉଷୁମ ପାଣିରେ କଳା ଲୁଣ ମିଶାଇ ପ୍ରଭାବିତ ଜାଗାରେ ଲଗାନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ତରିକାରେ ଠିକ୍ କରିବାରେ ସାହାଯ୍ୟ କରି ପାରିବ। ଏହା କ୍ଲିଞ୍ଜର ରୂପେ ମଧ୍ୟ କାମ କରିଥାଏ, ଯାହାକି ବନ୍ଦ ଲୋମଛିଦ୍ରକୁ ଖୋଲିଥାଏ।
-ପ୍ରତିଦିନ କଳା ଲୁଣ ବ୍ୟବହାର କରିବା ଦ୍ୱାରା ଆପଣ ଚମକଦାର ଏବଂ ଡ୍ୟାମେଜ୍ ଫ୍ରି କେଶ ପାଇ ପାରିବେ। କଳା ଲୁଣରେ ଥିବା ପୋଷକ ତତ୍ତ୍ୱ ଦୁଇମୁହାଁ କେଶକୁ ଠିକ୍ କରିବା, ରୂପି ସମସ୍ୟାକୁ ରୋକିବା ଏବଂ କେଶ ଝଡ଼ିବାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।