ସ୍ୱପ୍ନରେ ହରିଣ ଦେଖିବା ଶୁଭ ନା ଅଶୁଭ? ଏହା କେଉଁ ସଂକେତ ଦେଇଥାଏ ଜାଣନ୍ତୁ

ମଣିଷ ଶୋଇଲା ମାନେ ସ୍ବପ୍ନ ଦେଖେ। କିନ୍ତୁ ଉଠିବାବେଳକୁ ସ୍ବପ୍ନ ଆଉ ମନେନଥାଏ ଅଥବା ହାଲୁକା ମନେଥାଏ। କିନ୍ତୁ ବେଳେବେଳେ ଆମେ ସ୍ବପ୍ନରେ ଏମିତି କିଛି ଜିନିଷ ଦେଖିଥାଉ ଯାହା ପରେ ଡରିଯାଉ ଏବଂ ନିଦ ଭାଙ୍ଗିଯାଏ। ବେଳେବେଳେ ନିଦରୁ ଉଠିବା ପରେ ସ୍ବପ୍ନ ଆଖି ଆଗରେ ଝଲସୁଥାଏ। ମନକୁ ବାରମ୍ବାର ପ୍ରଶ୍ନ ଆସେ ଏସବୁ ସ୍ବପ୍ନ ଦେଖିବା ଶୁଭ ନା ଅଶୁଭ। ଆଜି ଆମେ ଏ ପାଠ୍ୟକ୍ରମରେ ହରିଣ ସ୍ୱପ୍ନକୁ ନେଇ କିଛି ତଥ୍ୟ ନେଇଆସିଛୁ। ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ହରିଣ ଦେଖିବା ଶୁଭ ନା ଅଶୁଭ।

ପ୍ରଥମତଃ ଆପଣଙ୍କୁ କହିବାକୁ ଚାହିଁବୁ ସ୍ୱପ୍ନରେ ଜଙ୍ଗଲୀ ପ୍ରାଣୀ ଦେଖିବା ଶୁଭ ହୋଇଥାଏ। ସେହିପରି ସ୍ୱପ୍ନରେ ହରିଣ ଦେଖିବା ଶୁଭ ହୋଇଥାଏ। ସ୍ୱପ୍ନରେ ହରିଣ ଦେଖିବାର ଅର୍ଥ ହେଉଛି ଯଦି ଆପଣଙ୍କ ବିବାହ ହୋଇନାହିଁ ତାହେଲେ ବହୁତ ଜଲଦି ହୋଇଯିବ।

ଆଉ ଯଦି ବାହାଘର ହୋଇସାରିଛି ତାହେଲେ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଆସିବନାହିଁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ସ୍ୱପ୍ନରେ ହରିଣ ଦେଖିବାର ଅର୍ଥ ହେଉଛି ଆପଣ ଆପଣଙ୍କ କାମରେ ସିଦ୍ଧି ପ୍ରାପ୍ତ କରିବେ।
ସ୍ୱପ୍ନରେ ଯୋଡା ହରିଣ ଦେଖିବାକୁ ଶୁଭ ବୋଲି କୁହାଯାଏ। ଏହି ଯୋଡା ହରିଣ ଆପଣଙ୍କ ବୈବାହିତ ଜୀବନରେ ଖୁସିର ପ୍ରତିକ ସାଜିବ। ଯେମିତିକି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ।

ସ୍ୱପ୍ନରେ ଛିଡା ହୋଇଥିବା ହରିଣ ଦେଖିଲେ ଅଶୁଭ ହୋଇଥାଏ। ସ୍ୱପ୍ନରେ ଛିଡା ହୋଇଥିବା ହରିଣ ଦେଖିଲେ ଆପଣଙ୍କ ଜୀବନରେ ଅଶୁଭ ସଂକେତ ହୋଇଥାଏ। ଯେମିତିକି ଆପଣଙ୍କ କୌଣସି ସମ୍ପର୍କୀୟଙ୍କର ଦୁର୍ଘଟଣା ଘଟିପାରେ।

ସ୍ୱପ୍ନରେ ଦୌଡୁଥିବା ହରିଣ ଦେଖିଲେ ଶୁଭ ବୋଲି ଧରାଯାଏ। ଯେମିତିକି ଆପଣ କୌଣସି ବାହାର ସ୍ଥାନକୁ ଯାତ୍ରା କରିପାରନ୍ତି ଏବଂ ଆପଣଙ୍କ ଯାତ୍ରା ଶୁଭ ହେବ। ଯଦି ଆପଣ କୌଣସି ଦୂର ଯାତ୍ରାକୁ ଯିବାକୁ ଚାହୁଁଛନ୍ତି ତାହେଲେ ଆପଣ ଯାଇପାରିବେ। ଏଥିରେ ଆପଣଙ୍କ ଯାତ୍ରା ଶୁଭ ହେବ।

ସ୍ୱପ୍ନରେ ବୁଲୁଥିବା ହରିଣ ଦେଖିବା ଶୁଭ ବୋଲି ଧରାଯାଏ। ବୁଲୁଥିବା ହରିଣକୁ ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ। ଯାହା ଆପଣଙ୍କ ପାଇଁ ଶୁଭ ବୋଲି ଧରାଯାଏ।

ସ୍ୱପ୍ନରେ ହରିଣର ଶିକାର କରିବା ଯଦି ଆପଣ ଦେଖିବେ ତାହେଲେ ଏହାକୁ ଅଶୁଭ ବୋଲି ଧରାଯାଏ। ହରିଣ ସ୍ୱପ୍ନ ଦେଖିବାର ସଂକେତ ହେଉଛି ଆପଣଙ୍କର କାହା ସହ ଝଗଡା ହୋଇପାରେ। ସ୍ୱପ୍ନରେ ହରିଣ ଶିକାର ଯଦି ଦେଖୁଛନ୍ତି ତାହେଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ବିଭ୍ରାଟ ସୃଷ୍ଟି ହୋଇପାରେ।

ସ୍ୱପ୍ନରେ ହରିଣ ଛୁଆ ବା ସାବକକୁ ଦେଖିଲେ ଶୁଭ ବୋଲି ଧରାଯାଏ। ସ୍ୱପ୍ନରେ ହରିଣର ଛୁଆ ଦେଖିବାର ଅର୍ଥ ଯଦି ଆପଣଙ୍କ ଛୁଆ ଅଛି ତାହେଲେ ଆପଣଙ୍କ ପାଇଁ ଏହା ଶୁଭ ଫଳ। ଏହା ବହୁତ ଶୁଭ ସଂକେତ ହୋଇଥାଏ ଆପଣଙ୍କ ପିଲା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.