କେମିତି ଅଟନ୍ତି ଜୁନ୍‌ରେ ଜନ୍ମିତ ଝିଅମାନେ, ଜାଣନ୍ତୁ ଏମାନଙ୍କ ବ୍ୟକ୍ତିତ୍ୱର କିଛି ସିକ୍ରେଟ୍‌ କଥା

ରାଶି ନକ୍ଷତ୍ର ଯେପରି ବ୍ୟକ୍ତିର ବ୍ୟକ୍ତି ବିଷୟରେ ପ୍ରକାଶ କରିଥାଏ । ସେହିପରି ଜନ୍ମ ମାସ ମଧ୍ୟ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ବହୁ ସିକ୍ରେଟ କଥା କହିଥାଏ । ଯଦି ଜୁନ ମାସରେ ଜନ୍ମିତ ଝିଅଙ୍କ ବିଷୟରେ କୁହାଯାଏ । ତେବେ ଏମାନେ ଟିକେ ତର୍କ କରିବାରେ ମାହିର ହୋଇଥାନ୍ତି ବୋଲି ଅଙ୍କ ଜ୍ୟୋତିଷ କହେ । ଏମିତି ତ ଲୋକେ ଏମାନଙ୍କ ଠାରେ ଖୁବ୍‌ ଶୀଘ୍ର ଆଟ୍ରାକ୍ଟ ହୋଇଯାଇଥାନ୍ତି । ଆସନ୍ତୁ ଜାଣିବା ଜୁନ୍‌ରେ ଜନ୍ମିତ ଝିଅଙ୍କ ସମ୍ପର୍କରେ ।

ପ୍ରଖର ବୁଦ୍ଧିମତି :

ଏହି ମାସରେ ଜନ୍ମିତ ଝିଅମାନେ ସୁନ୍ଦର ହେବା ସହ ଖୁବ୍‌ ସରଳ ଲାଗନ୍ତି । ବାସ୍ତବରେ ଏମାନେ ପ୍ରଖର ବୁଦ୍ଧିମତି ହୋଇଥାନ୍ତି । ଏମାନଙ୍କ ବୁଦ୍ଧି କାମ କଲେ ସମସ୍ତେ ସେମାନଙ୍କ ନିକଟରେ ଫେଲ୍‌ ମାରିଥାନ୍ତି । ଏମାନେ ସବୁ କାମକୁ ତରବରରେ ନକରି ଧୈର୍ଯ୍ୟର ସହ କରିଥାନ୍ତି । ଏମାନଙ୍କ ପାଖରେ ନୂଆ ନୂଆ ଆଇଡିଆର ଅଭାବ ନଥାଏ ।

lady
photo credit : punjabkesari.in

ଖୁବ୍‌ ଜିଦ୍ଦି ଓ ରାଗୀ ହୋଇଥାନ୍ତି :

ଜୁନ୍‌ ମାସରେ ଜନ୍ମିତ ଝିଅ ସ୍ୱଭାବରେ ଖୁବ୍‌ ଜିଦ୍ଦି ଇ ରାଗୀ ହୋଇଥାନ୍ତି । କେତେବେଳେ ଏମାନଙ୍କୁ କେଉଁ କଥାରେ ରାଗ ଆସିଯିବ ଅନୁମାନ କରିହେବ ନାହିଁ ।

ଫ୍ୟାସନ୍‌ ପ୍ରିୟ :

ଏହି ମାସରେ ଜନ୍ମିତ ଝଅମାନେ ଫ୍ୟାସନ୍‌ ପ୍ରିୟ ହୋଇଥାନ୍ତି । ଟ୍ରେଣ୍ଡ ହିସାବରେ ଏମାନେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ।

ପରିବାରକୁ ଗୁରୁତ୍ୱ ଦେଇଥାନ୍ତି :

ଏହି ମାସର ଝିଅମାନେ ପରିବାରକୁ ଗୁରୁତ୍ୱ ଦେଇଥାନ୍ତି । ଏମିତିରେ ନିଜ ପାର୍ଟନର ଓ ପରିବାର ପାଇଁ ସବୁ କିଛି କରିବାକୁ ପସନ୍ଦ କରିଥାନ୍ତି । ପରିବାର ଏମାନଙ୍କର ଉଭୟେ ତାକତ୍‌ ଓ କମ୍‌ଜୋର ହୋଇଥାଏ ।

june
photo credit : punjabkesari.in

ଖାଦ୍ୟ ଖାଇବାରେ ସୌକିନ୍‌ :

ଏହି ମାସର ଝିଅମାନେ ଫୁଡ୍‌ ଲଭର ବା ଖାଦ୍ୟ ପ୍ରିୟ । ଏମାନେ ବିଭିନ୍ନ ପ୍ରକାର ଖାଦ୍ୟ ପସନ୍ଦ କରିଥାନ୍ତି ।

ସାଙ୍ଗ କରିବାରେ ମାହିର :

ଜୁନରେ ଜନ୍ମିତ ଝିଅ ସ୍ୱଭାବରେ ମିଳାମିଶାକୁ ପସନ୍ଦ କରିଥାନ୍ତି । ଫଳରେ ଏମାନେ ସାଙ୍ଗ ସୃଷ୍ଟି କରିବାରେ ମାହିର ହୋଇଥାନ୍ତି । ଏମାନଙ୍କ ବନ୍ଧୁ ତାଲିକା ଲମ୍ବା ହୋଇଥାଏ ।

ନିଜ ପସନ୍ଦରେ ଜୀବନ ଯିଇଁବାକୁ ଚାହିଁଥାନ୍ତି :

ଏହି ମାସରେ ଜନ୍ମିତ ଝିଅ ନିଜ ଜୀବନରେ ଅନ୍ୟର ଦଖଲକୁ ଆଦୌ ପସନ୍ଦ କରିନଥାନ୍ତି । ଏମାନେ ନିଜର କ୍ୟାରିଅର ସହ ବ୍ୟକ୍ତିଗତ ଜୀବନ ସର୍ବଦା ପରଫେକ୍ଟ ଚାହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.