ଘରର ଛାତ ଉପରେ ଥିବା ପାଣି ଟାଙ୍କି ବି ଭାଗ୍ୟରେ ବାଧା ସୃଷ୍ଟି କରିପାରେ, ଜାଣନ୍ତୁ ଏହାକୁ ରଖିବାର ଠିକ ଦିଗ

ଵାସ୍ତୁ ଅନୁସାରେ ଘରର ଛୋଟ ବଡ ଜିନିଷର ପ୍ରଭାବ ମଧ୍ୟ ବ୍ୟକ୍ତି ଜୀବନ ଉପରେ ପଡିଥାଏ | ତାହା ଘରେ ରଖାଯାଉଥିବା ଜିନିଷ ହେଉ ବା ଘରର ଛାତ ଉପରେ ହେଉ | ଯାହାକି ଘରର ସୁଖ ସମୃଦ୍ଧିକୁ ନଷ୍ଟ କରିଥାଏ | ଯଦି ଏହି ଜିନିଷ ଠିକ ଦିଗରେ ରହି ନଥାଏ | ସେହିପରି ଘରର ଛାତ ଉପରେ ଥିବା ପାଣି ଟାଙ୍କି ବି ଯଦି ଠିକ ଦିଗରେ ରହି ନଥାଏ ଏହା ଘର ପାଇଁ ଦୁର୍ଭାଗ୍ୟ ଆଣିଥାଏ | ଆସନ୍ତୁ ଜାଣିବା ଛାତ ଉପରେ ପାଣି ଟାଙ୍କି ରଖିବାର ଠିକ ଦିଗ |

ପାଣି ଟାଙ୍କି ପାଇଁ ଏହି ଦିଗ ଉତ୍ତମ :

ବୋରିଂ ବା ଜେଟ ଲଗାଇବା ପାଇଁ ଘରର ଈଶାନ କୋଣ ଉତ୍ତମ ହୋଇଥାଏ | ଏହା ସହିତ ଈଶାନ କୋଣ ସଫା ସୁତୁରା ରହିବ ଦରକାର | ପାଣି ଟାଙ୍କି ପାଇଁ ବାୟବ କୋଣ ବା ପଶ୍ଚିମ ଦିଗ ଠିକ ହୋଇଥାଏ | କୁହାଯାଏ ପଶ୍ଚିମ ଦିଗ ବରୁଣ ଦେବତାଙ୍କ ଦିଗ | ଅର୍ଥାତ ଜଳ ଦେବତା ବାସ କରିଥାନ୍ତି |

ଭୁଲ ଦିଗରେ ଯଦି ରହିଥାଏ କରନ୍ତୁ ଏହି ଉପାୟ :

ଯଦି କାହାର ପାଣି ଟାଙ୍କି ଭୁଲ ଦିଗରେ ରହିଥାଏ ବା ବଦଳାଇ ହେବନି ତେବେ ଏଥିପାଇଁ କିଛି ଉପାୟ କରି ଅସୁବିଧା ଦୂର କରିପାରିବେ | ଯଦି ପାଣି ଟାଙ୍କି ହଟାଇବା ସମ୍ଭବ ନହୁଏ ତାହେଲେ ଏହା ଭିତରେ ଧଳା ରଙ୍ଗର ପେଣ୍ଟ ଦେଇ ଦିଅନ୍ତୁ | ଏମିତି କରିବା ଦ୍ୱାରା ବହୁତ କିଛି ବାସ୍ତୁ ଦୋଷ ଭଲ ହୋଇଯାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.