Below header

ଶ୍ରୀଲଙ୍କାରେ ହାହାକାର: ହସ୍ପିଟାଲରୁ ସରିଗଲାଣି ଔଷଧ, ୧୨ରୁ ୧୫ ଘଣ୍ଟା ଯାଏ ହେଉଛି ବିଜୁଳି କାଟ୍‌

କେନ୍ୟୁଜ୍(ବ୍ୟୁରୋ):ଆର୍ଥିକ ସଂକଟକୁ ନେଇ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି । ହସ୍ପିଟାଲରୁ ସରିଗଲାଣି ଔଷଧ। ରୋଗୀଙ୍କ ଚିକିତ୍ସା ଏକ ପ୍ରକାର ଠପ୍‌ । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍‌ । ଖାଦ୍ୟ ସାମଗ୍ରୀ ଦର ଏତେ ବଢିଯାଇଛି ଯେ, ଲୋକେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି । ପେଟ୍ରୋଲ ଠାରୁ ମହଙ୍ଗା ହୋଇଯାଇଛି କ୍ଷୀର ଦର । ଗୋଟିଏ କପ୍‌ ଚା ଦାମ୍‌ ଶହେ ଟଙ୍କା । ଏକ କେଜି ଆଳୁ ୨୦୦ ଟଙ୍କାରେ ବିକ୍ରି ହେଉଛି । ଅନେକ ସହରରେ ୧୨ରୁ ୧୫ ଘଣ୍ଟା ଯାଏ ବିଜୁଳି କାଟ୍‌ ହେଉଛି । ଏହାକୁ ବିରୋଧ କରି ଶ୍ରୀଲଙ୍କାର ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରୁଛନ୍ତି ।

ପରିସ୍ଥିତି ମୁକାବିଲା ପାଇଁ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ଦୀର୍ଘ ଦିନଧରି ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ମୁକାବିଲା କରିବାରେ ଶ୍ରୀଲଙ୍କା ସରକାର ବିଫଳ ହୋଇଥିବା ବେଳେ ଏବେ ଏହା ଉଗ୍ରରୂପ ଧାରଣ କରିଛନ୍ତି । ଖାଦ୍ୟ ଏବଂ ଜରୁରୀକାଳୀନ ସାମଗ୍ରୀ ଅଭାବରୁ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀଲଙ୍କାରେ ଏଭଳି ସଙ୍କଟ ସମୟରେ ସହଯୋଗର ହାତ ବଢାଇଛି ଭାରତ । ୪୦ ହଜାର ଟନ୍‌ର ଡିଜେଲ ନେଇ କଲମ୍ବୋରେ ପହଞ୍ଚିଛି ଭାରତୀୟ ଜାହାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.