ଆସନ୍ତା ୭ରେ ଲଘୁଚାପ ! ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା
କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଏନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ । ଆଇଏମଡିର ପରିବ୍ୟାପ୍ତ ରେଞ୍ଜ ଆକଳନରୁ ସୂଚନା ମିଳିଛି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କୁଲେସନ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଉପରେ ପାଣିପାଗ ବିଭାଗ ପକ୍ଷରୁ ନଜର ରଖାଯାଇଛି ।