ପ୍ରେଗନାନ୍ସୀରେ ହୋଇଥିବା ଷ୍ଟ୍ରେଚମାର୍କସ ପାଇଁ ଚିନ୍ତିତ କି? ତେବେ ଏହି ଘରୋଇ ଉପାୟ ଦାଗକୁ କରିବ ଏକଦମ୍‌ ଦୂର

ପ୍ରେଗନାନ୍ସୀ ସମୟରେ ମହିଳାଙ୍କୁ ଷ୍ଟ୍ରେଚ୍‌ ମାର୍କର ସାମ୍ନା କରିବାକୁ ପଡିଥାଏ। ପ୍ରେଗନାନ୍ସୀ ସମୟରେ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଷ୍ଟ୍ରେଚ୍‌ ମାର୍କ୍ସ ପଡିବାକୁ ଲାଗିଥାଏ। ଅନେକ ମହିଳାଙ୍କ ଏହି ଜିଦ୍ଦି ଷ୍ଟ୍ରେଚ୍‌ ମାକର୍ସ କାରଣରୁ ନିଜ ପସନ୍ଦର ପୋଷାକ ପିନ୍ଧିପାରନ୍ତିନାହିଁ। ଏମିତିରେ କେମିକାଲ ଯୁକ୍ତ କ୍ରୀମ ଲଗାଇବା ଦ୍ୱାରା ଅଧିକ କ୍ଷତି ସହିବାକୁ ପଡିଥାଏ। କାହିଁକିନା ପ୍ରେଗନାନ୍ସୀ ସମୟରେ ସ୍କିନ୍‌ ବହୁତ ମୁଲାୟମ ଏବଂ ନରମ ହୋଇଥାଏ। ଏମିତିରେ ଅନେକ ମହିଳା ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଉପାୟ ଖୋଜିଥାନ୍ତି। କିଛି ମହିଳା ତ ଘରୋଇ ଉପଚାରକୁ ଆପଣେଇଥାନ୍ତି।

ନଡିଆ ତେଲ ହୋଇଥାଏ ବହୁତ କାରିଗରୀ

ପ୍ରେଗନାନ୍ସୀର ଜିଦ୍ଦି ଦାଗରୁ ମୁକ୍ତି ପାଇବା ପାଇଁ ଆଳୁ ରସକୁ ବହୁତ ଭଲ ବୋଲି କୁହାଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ତିନି ମାସ ପର୍ଯ୍ୟନ୍ତ ନଡିଆ ତେଲକୁ ଦାଗ ହୋଇଥିବା ସ୍ଥାନରେ ଲଗାଇଲେ ଏହା ଗାୟବ ହେବା ଆରମ୍ଭ କରିଥାଏ। ପ୍ରତିଦିନ ନଡିଆ ତେଲର କିଛି ବୁନ୍ଦାକୁ ନେଇ ଷ୍ଟ୍ରେଚ୍‌ ମାକର୍ସ ସ୍ଥାନରେ ମସାଜ୍‌ କରନ୍ତୁ। ବହୁତ ଜଲଦି ଆପଣ ଫରକ ଜାଣିପାରିବେ।

coconut3ଆଳୁ ରସ ଦେବ ବହୁତ ଫାଇଦା

ଘରୋଇ ଉପାୟରେ ଦାଗ ଚିହ୍ନ ମୁକ୍ତି ପାଇବା ପାଇଁ ଆଳୁ ରସକୁ ବହୁତ ଭଲ ବୋଲି ଧରାଯାଏ। ପ୍ରତିଦିନ ଆଳୁ ରସର କିଛି ବୁନ୍ଦାକୁ ହାଲକା ହାତରେ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି କରିବା ଦ୍ୱାରା ସ୍କିନକୁ କୌଣସି କ୍ଷତି ପହଁଚିନଥାଏ। ଏଥିପାଇଁ ଏହି ଉପାୟକୁ ଷ୍ଟ୍ରେଚ ମାର୍କ ସମସ୍ୟାରେ ବ୍ୟବହାର କଲେ ଫାଇଦା ପାଇପାରିବେ।

aloveraଆଲୋଭେରା ଜେଲର ଜାଦୁଇ ଫାଇଦା

କୁହାଯାଏ କି ଆଲୋଭେରା ଜେଲ ସ୍କିନ୍‌ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଷ୍ଟ୍ରେଚ୍‌ ମାକର୍ସ ଠାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଆଲୋଭେରା ଜେଲର ବ୍ୟବହାର କଲେ ଫାଇଦା ପାଇପାରିବେ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଲୋଭେରା ଜେଲର ମୋଟା ପରସ୍ତ ମାର୍କସ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାଦ୍ୱାରା ଷ୍ଟ୍ରେଚ୍‌ ମାର୍କସ ସମସ୍ୟାରୁ ମୁକ୍ତି ପାଇପାରିବେ।

ନଡିଆ ତେଲରେ କର୍ପୂର ମିଶାଇ ଲଗାଇବା

କିଛି ଘରୋଇ ଉପାୟରେ କୁହାଯାଇଛି ଯେ ନଡିଆ ତେଲରେ କର୍ପୂର ମିଶାଇ ଦାଗ ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ଷ୍ଟ୍ରେଚ୍‌ ମାକର୍ସରୁ ମୁକ୍ତି ପାଇପାରିବେ। କୁହାଯାଉଛି ଯେ ପ୍ରତିଦିନ ଏହି ତେଲର କିଛି ବୁନ୍ଦା ଷ୍ଟ୍ରେଚ୍‌ ମାକର୍ସ ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ବହୁତ ଜଲଦି ଏହି ସମସ୍ୟା ଦୂର ହୋଇଯାଇଥାଏ। ଆପଣ ଶୀଘ୍ର ଏହାର ଫରକ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.