ଜାଣନ୍ତୁ ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତିଙ୍କର କିପରି ହୋଇଥାଏ ସ୍ୱଭାବ

ବର୍ଷର ଶେଷ ମାସ ହେଉଛି ଡିସେମ୍ବର ମାସ । ଏହି ମାସରେ ଆମ ବନ୍ଧୁ ବାନ୍ଧବ, ଜ୍ଞାତି ପରିଜନଙ୍କ ଜନ୍ମ ଦିନ ମଧ୍ୟ ପଡିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଏହି ମାସ ଜନ୍ମ ହେଉଥିବା ବ୍ୟକ୍ତି ମାନଙ୍କର ସ୍ୱଭାବ କିପରି ହୋଇଥାଏ । ସେମାନେ ନିଜକୁ ସମାଜରେ କିପରି ଭାବେ ପ୍ରତିଷ୍ଠିତ କରନ୍ତି, ଅନ୍ୟ ମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର କିପରି ହୋଇଥାଏ । ଆଉ ଏମାନଙ୍କ ବିଷୟରେ ଜ୍ୟୋତିଷ ଶାସ୍ତ୍ର କଣ କହିଥାଏ ।

କେତେଗୁଡିଏ ନକାରାତ୍ମକ ଦିଗ:

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ମାନଙ୍କ ଜନ୍ମଦିନ ଏହି ମାସ ପଡିଥାଏ ସେମାନେ ସାଧାରଣତଃ ଅଳସୁଆ ସ୍ୱଭାବର ହୋଇଥାନ୍ତି ।

-ସବୁବେଳେ ନିଜ କାମକୁ ଟାଳି ବାକୁ ଚେଷ୍ଟା କରନ୍ତି । କିନ୍ତୁ ଦରକାର ପଡିଲେ ତରତରରେ ନିଜ କାମ ଶେଷ କରିବାକୁ ଚେଷ୍ଟା କରନ୍ତି । ସେମାନଙ୍କ ଏହି ଅଭ୍ୟାସ ବହୁ ସମୟରେ ତାଙ୍କୁ ଅଵୁବିଧାରେ ପକେଇଦିଏ ।

– ଏହି ମାସ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସ୍ୱଭାବରେ ଅଭିମାନୀ ହୋଇଥାନ୍ତି । ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଲ ହୋଇ ରହିବାକୁ ଏମାନେ ବିଶେଷତଃ ପସନ୍ଦ କରିଥାନ୍ତି ।

– ଆଉ ମଧ୍ୟ ସେମାନେ ନିଜକୁ ସର୍ବଜ୍ଞାତା ବୋଲି ମଧ୍ୟ ଭାବିଥାନ୍ତି ।

 

december

କେତେ ଗୁଡିଏ ସକାରାତ୍ମକ ଦିଗ:

– ଏହି ମାସ ଜନ୍ମ ନେଇଥିବା ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥାନ୍ତି । ପ୍ରତ୍ୟକ ପରିସ୍ଥିତିକୁ ଏକ ଦାର୍ଶନିକ ଭାବେ ଦେଖିଥାନ୍ତି । ଗଭୀରତାର ସହ ପ୍ରତି ସମସ୍ୟାର ସମାଧାନ କରିଥାନ୍ତି ।

-ବିଶେଷ ଭାବେ ଯେଉଁ ମାନଙ୍କ ଜନ୍ମ ଦିନ ଡିସେମ୍ବର ୧୫ ରୁ ୩୧ ତାରିଖ ଭିତରେ ପଡିଥାଏ ସେମାନେ ଭବିଷ୍ୟତରେ କଳାକାର ନଚେତ ଦାର୍ଶନିକ ହେବାର ସମ୍ଭାବନା ଅଧିକ ଥାଏ ।

december

-ସେମାନଙ୍କ ଠାରେ ଭରପୁର ମାତ୍ରାରେ ଆତ୍ମବିଶ୍ଵାସ ଥାଏ ।

– ସୁଯୋଗ ମିଳିଲେ ଏମାନେ ନିଜକୁ ଏକ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାଇପାରନ୍ତି ।

– ଏମାନେ ସମସ୍ତଙ୍କ ସହ ମିଳିମିଶି ଚଳିପାରନ୍ତି । ଏମାନଙ୍କ ବ୍ୟକ୍ତିତ୍ୱରେ ଏକ ଅଜବ ଆକର୍ଷଣ ମଧ୍ୟ ଥାଏ । ଯାହା ଅନ୍ୟ ମାନଙ୍କୁ ଆକର୍ଷିତ କରିଥାଏ ।

-ପ୍ରେମ ବ୍ୟାପାରରେ ଏମାନେ ଅଧିକ ସକ୍ରିୟ ଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.