Below header

କେବଳ ବାଦାମରେ ନୁହେଁ ଏହି ଜିନିଷ ଗୁଡିକରେ ମଧ୍ୟ ବଢିଥାଏ ମସ୍ତିସ୍କ କ୍ଷମତା, ନିଜେ ଖାଆନ୍ତୁ ଓ ପିଲାଙ୍କୁ ମଧ୍ୟ ଖୁଆନ୍ତୁ

ଆଗରୁ ଆମେ ଜାଣୁ ଯେ ବାଦାମ ଖାଇଲେ ମସ୍ତିସ୍କ ଶକ୍ତି ତେଜ ହୋଇଥାଏ | କିନ୍ତୁ ଆପଣ କଣ ଜାଣନ୍ତି ଯେ ବାଦାମ ବ୍ୟତୀତ କିଛି ଜିନିଷ ଏମିତି ଅଛି ଯେଉଁଥିରେ ମସ୍ତିସ୍କ ଶକ୍ତି ତୀବ୍ର ହୋଇଥାଏ | ଆମେ ମାନସିକ ସ୍ୱାସ୍ଥ୍ୟ ପାଇଁ ଫଳ ଏବଂ ସବୁଜ ପରିବାର ସେବନ କରିଥାଉ | ତା ସାଙ୍ଗରେ ଅମେଗା-3 ,ଫ୍ୟାଟି ଏସିଡ ,ଆଇରନ ଏବଂ ଜିଙ୍କ ଭଳି ପୋଷଣ ତତ୍ୱକୁ ଖାଦ୍ୟରେ ସାମିଲ କରିବା ଉଚିତ | ତେବେ ଆସନ୍ତୁ ଜାଣିବା ବାଦାମ ବ୍ୟତୀତ ଆଉ କେଉଁ କେଉଁ ଜିନିଷ ଗୁଡିକ ଦ୍ୱାରା ମସ୍ତିସ୍କ ତେଜ ହେବ ସହିତ ମନେରଖିବା ଶକ୍ତି ମଧ୍ୟ ଭଲ ହୋଇଥାଏ |

ଅଖରୋଟ –

ବଢିଆ ପୋଷାକ ତତ୍ୱରେ ଭରପୁର ଅଖରୋଟ ମଧ୍ୟ ବାଦାମ ଭଳି ମସ୍ତିସ୍କ ପାଇଁ ସୁପର ଫୂଡ଼ ମନାଯାଇଥାଏ | ଅମେଗା -3
ଫ୍ୟାଟି ଏସିଡ ଏବଂ ପଲିଫେନଲସ କୁ ମୁଖ୍ୟ ବ୍ରେନ ଫୁଡ଼ ମନାଯାଇଥାଏ | କାରଣ ଏ ଦୁହେଁ ଆକ୍ସିଡେଟିଭ ଅବସାଦ ସାଙ୍ଗରେ ଲଢ଼ିଥାନ୍ତି |

ବ୍ରୋକଲି –

ବ୍ରୋକଳିରେ ଫ୍ଲେବୋନୋଇଡ ,ଅମେଗା -3 ଫ୍ୟାଟି ଏସିଡ,ଭିଟାମିନ -ଇ ,ଆଇରନ ସହିତ କପର ଭଳି ମୁଖ୍ୟ ପୋଷାକ ତତ୍ୱ
ମିଳିଥାଏ |ଏହି ପୋଷାକ ତତ୍ୱ ମସ୍ତିଷ୍କର କାର୍ଯ୍ୟ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ |

କାଜୁ –

ପଲି ସ୍ୱେଚୁରେଟେଡ଼ ଏବଂ ମୋନୋ ସେଚୁରେଟେଡ଼ ଫ୍ୟାଟ୍ସ ରେ ଭରପୁର ହେବା କାରଣରୁ ସେ ଏହି ମସ୍ତିସ୍କସର କୋଷିକା ଗୁଡିକର ଉତ୍ପାଦନ ପାଇଁ ମୁଖ୍ୟ ହୋଇଥାଏ ଏବଂ ଏହାଦ୍ୱାରା ମାନସିକ କ୍ଷମତାର ବିକାଶ ହୋଇଥାଏ |

ଅଳସି ,କଖାରୁ –

କଖାରୁ ଏବଂ ଅଳସୀର ମଞ୍ଜି ରେ ଜିଙ୍କ ସହିତ ମେଁଗ୍ନିସିୟମ ,ଭିଟାମିନ-ବି ଭରପୁର ରହିଥାଏ ଯାହାଦ୍ୱାରା ମାନସିକ
କ୍ଷମତାର ବିକାଶ ହୋଇଥାଏ |

ସିଡ଼ସ –

ସିଡ଼ସ ଭିଟାମିନ ଏ ,କେ ,ସି ,ବି,6,ଇ ,ମେଁଗାନିଜ ,କ୍ୟାଲ୍ସିଅମ ,ଆଇରନ ,ଜିଙ୍କ ଏବଂ ଆଣ୍ଟି ଆକ୍ସିଡେଣ୍ଟରେ ଭରପୁର ହୋଇଥାଏ |ଯାହା ଆପଣଙ୍କ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.