Below header

ସାବଧାନ ! ଲୋ ବ୍ଲଡ୍‌ ପ୍ରେସର ହୋଇଥାଏ ବହୁତ ମାରାତ୍ମକ, ଜାଣନ୍ତୁ ଏହା କେତେ ବିପଦ

ସୁସ୍ଥ ହେବାକୁ ହେଲେ ବ୍ଲଡ୍‌ ପ୍ରେସର ସୁସ୍ଥ ରହିବା ଦରକାର । ହାର୍ଟ, ଶରୀରର ସବୁ ଅଂଶକୁ ରକ୍ତ ପଠାଇ ଥାଏ । ରକ୍ତ ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍‌ ଓ ଆଇରନ ସହ ଆବଶ୍ୟକୀୟ ତତ୍ତ୍ୱ ଯାଇଥାଏ । ବ୍ଲଡ ପ୍ରେସର ସାଧାରଣ ରହିବା ଦ୍ୱାରା ହାର୍ଟକୁ ଅଧିକ କାମ କରିବାକୁ ପଡି ନଥାଏ । ଯଦି ଲୋ ବ୍ଲଡ ପ୍ରେସର ଥାଏ,ତେବେ ହାର୍ଟ ଆବଶ୍ୟକୀୟ ରକ୍ତ ସବୁ ଅଂଗକୁ ପଠାଇ ପାରିନଥାଏ । ଫଳରେ ଅନ୍ୟ ଅଂଗ ନଷ୍ଟ ହେବାର ଆଶଙ୍କା ଥାଏ । ହାଇ ବ୍ଲଡ ପ୍ରେସର ଯେତିକି ବିପଦ ହୋଇଥାଏ ଲୋ ବ୍ଲଡ ପ୍ରେସର ମଧ୍ୟ ସେତିକି ବିପଦ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ଏହି ବିପଦ ସବୁ ।

ହାର୍ଟ, କିଡନୀ ଫେଲ୍‌ ହୋଇପାରେ

ଲୋ ବ୍ଲଡ ପ୍ରେସର ସ୍ଥିତିରେ ଶରୀରର ସବୁ ଅଂଗକୁ ଆବଶ୍ୟକ ପରିମାଣ ରକ୍ତ ଯାଇ ନଥାଏ । ରକ୍ତ ଯୋଗାଣ ନହେବା ଯୋଗୁ ଅଂଗକୁ ଅକ୍ସିଜେନ ମିଳି ନଥାଏ । ଏହାଦ୍ୱାରା ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌ ଓ କିଡନୀ ଫେଲ ଆଶଙ୍କା ରହିଥାଏ । ବିପି ଅଧିକ କମ ହେଲେ ବ୍ୟକ୍ତି ବେହୋଷ ହୋଇପାରେ । କେବେ କେବେ ବ୍ରେନ ଡ୍ୟାମେଜ ବିପଦ ରହିଥାଏ ।

ଲୋ ବ୍ଲଡ ପ୍ରେସର ଲକ୍ଷଣ

ଲୋ ବ୍ଲଡ ପ୍ରେସର କେବେ ରୋଗ କାଟାଗୋରୀରେ ଆସି ନଥାଏ । ହେଲେ ଯଦି ଏହା ସର୍ବଦା ଲୋ ରହେ ମାରାତ୍ମକ ହୋଇପାରେ । ବିପି ଲୋ ହେଲେ ମୁଣ୍ଡ ଘୁରାଇବା, ବାନ୍ତି ଲାଗିବା, ଥକା ଲାଗିବା, ଛାତି ଧଡଧଡ ହେବା, ଆଖିକୁ ଝାପସା ଦେଖାଯିବା, ଚର୍ମ ଧଳା ଦେଖାଯିବା, ଖାଇବାକୁ ଇଚ୍ଛା ନ ଲାଗିବା ଆଦି ଲକ୍ଷଣ ଆସିଥାଏ ।

ଏମିତି କରନ୍ତୁ ତୁରନ୍ତ ଚିକିତ୍ସା

ଲୋ ବିପି କୁ ନର୍ମାଲ କରିବାକୁ ହେଲେ ଲୁଣ ଖାଇ ପାରିବେ । ଡାକ୍ତର ମଧ୍ୟ ଏମିତି କରିବାକୁ କହିଥାନ୍ତି । ଏହାଛଡା, କଫି ଓ ଚା’ ପିଇପାରିବେ । ତେବେ ଏସିଡ ଥିଲେ ଚା’ କଫି ପିଅନ୍ତୁ ନାହିଁ । ଖାଦ୍ୟରେ ମିଠା ଖାଇ ପାରିବେ । ତେବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମିଠା ନୁହେଁ । ଅଧିକ ସମୟ ଭୋକିଲା ରହିଲେ ବିପି ଲୋ ହୋଇଯାଏ । ଏହାକୁ ନର୍ମାଲ କରିବା ପାଇଁ କିଛି ଖାଇ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.