Below header

ଗୁଜରାଟରେ ତିଆରି ହେବ ସେନା ବିମାନ, ଟାଟା ଓ ଏୟାରବସ୍‌ କରିବେ ନିର୍ମାଣ

ନୂଆଦିଲ୍ଲୀ : ଗୁଜରାଟରେ ତିଆରି ହେବ ସେନା ବିମାନ । ବଦୋଦରାରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାଟା ଓ ଏୟାରବସ୍‌ ନିର୍ମାଣ କରିବେ ବାୟୁସେନାର ପରିବହନ ବିମାନ C-295 । ୨୨ ହଜାର କୋଟି ଟଙ୍କାର ପ୍ରକଳ୍ପ । ଏଠାରେ ପ୍ରଥମ ପର୍ଯ୍ୟାୟରେ ୪୦ଟି C-295 ପରିବହନ ବିମାନ ନିର୍ମାଣ କରାଯିବ । ପ୍ରକଳ୍ପର ଶିଳାନ୍ୟାସ କରି ମୋଦି କହିଛନ୍ତି ବିମାନ ନିର୍ମାଣ କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଆଗକୁ ବଢ଼ିଲା ।

ଆଗାମୀ ଦିନରେ ମେକିଙ୍ଗ୍‌ ଇଣ୍ଡିଆ ପାଇଁ ପ୍ରତିରକ୍ଷର ଓ ଏରୋସ୍ପେସ୍‌ ଦୁଇଟି ସ୍ତମ୍ଭ ହେବ । ୨୦୨୫ ସୁଦ୍ଧା ଭାରତର ପ୍ରତିରକ୍ଷା ଉତ୍ପାଦନ ୨୫ ବିଲିଅନ୍‌ ଡଲାର ଟପିବ ବୋଲି ମୋଦି କହିଛନ୍ତି। ଏହି ପ୍ରକଳ୍ପ ସହ ଭାରତ ପ୍ରଥମ ଥର ପାଇଁ ଘରୋଇ କ୍ଷେତ୍ରରେ ବାୟୁସେନା ବିମାନ ନିର୍ମାଣକାରୀ ଦେଶରେ ସାମିଲ ହୋଇଛି ଭାରତ। ଅନ୍ୟପଟେ ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନ୍‌ରେ ସେବାର ଅବସର ମିଳି ଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛି ଏୟରବସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.