ବହୁତ ଚମତ୍କାରୀ ହୋଇଥାଏ ଏହି ଧାତୁର କଡ଼ା, ପିନ୍ଧିବା ମାତ୍ରେ ମା’ ଲକ୍ଷ୍ମୀ କରି ଦିଅନ୍ତି କୋଟିପତି

ହାତ,କାନ ବା ଗଳାରେ ଧାତୁର ଆଭୁଷଣ ପିନ୍ଧିବା କେବଳ ଫେସନ ନୁହେଁ ,ଜ୍ୟୋତିଷ ଅନୁସାରେ ମଧ୍ୟ ଶୁଭ ମନାଯାଇଥାଏ |ପ୍ରାୟତଃ ଲୋକମାନଙ୍କୁ ସୁନା ,ରୁପା ,ତମ୍ବା ବା ପିତଳ ଧାତୁର ମୁଦି ବା କଡା ପିନ୍ଧିବାର ଦେଖିଥାଉଁ | କିନ୍ତୁ ଆପଣ କ’ଣ ଜାଣନ୍ତି ଏଥିରେ କେଉଁ ଧାତୁର ଧାରଣ କଲେ ମା’ ଲକ୍ଷ୍ମୀ କୃପା କରିଥାନ୍ତି | ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କେଉଁ ଧାତୁ ପିନ୍ଧିବା ଉତ୍ତମ ଅଟେ ଏବଂ ଏହାକୁ ପିନ୍ଧିବାର କ’ଣ ନିୟମ ?

କଡ଼ା ପିନ୍ଧିବାର ଉପଯୁକ୍ତ ନିୟମ –

ଶାସ୍ତ୍ର ଅନୁସାରେ କିଛି ବି ଧାତୁ ଧାରଣ କରିବା ଆଗରୁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ | କିଛି ବି ଧାତୁର କଡ଼ା ପିନ୍ଧିବା ପରେ ଖରାପ ସଙ୍ଗରୁ ବଞ୍ଚିକି ରହିବା ଉଚିତ | କୌଣସି ପ୍ରକାର ନିଶା ଜିନିଷ ସେବନ କରିବେ ନାହିଁ |

ରୁପାର କଡ଼ା ପିନ୍ଧିଲେ ମିଳିଥାଏ ଲକ୍ଷ୍ମୀଜିଙ୍କ କୃପା –

ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ରୁପା କିମ୍ବା ସୁନା କଡ଼ା ପିନ୍ଧିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି | ମା’ ଙ୍କ କୃପାରୁ ଭକ୍ତଙ୍କ ଜୀବନରେ ଧନ -ବୈଭବ କମ ହୁଏ ନାହିଁ | ଦାମ୍ପତ୍ୟ ଜୀଵନରେ ମଧ୍ୟ ସୁଖ -ଶାନ୍ତି ରହିଥାଏ | ତା’ ସହିତ ପ୍ରେମ ସମ୍ପର୍କରେ ମଧ୍ୟ କୌଣସି ଅସୁବିଧା ଆସିନଥାଏ ବରଂ ସେମାନେ ବହୁତ ରୋମାଣ୍ଟିକ ରହିଥାନ୍ତି |

ମିଳିଥାଏ ମାନସିକ ଶାନ୍ତି –

ଜ୍ୟୋତିଷରେ ତମ୍ବାକୂ ଉତ୍କୃଷ୍ଟ ମନାଯାଏ | ଏହା ଧାରଣ କରିଲେ ମନ ଶାନ୍ତ ରହିଥାଏ | ଏ ଧାତୁର କଡ଼ା କେତେ ପ୍ରକାରର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ | ଏତିକି ନୁହେଁ, ବିଜିନେସରେ ମଧ୍ୟ ଲାଭ ଦେଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.