ଘରର ଦକ୍ଷିଣ ଦିଗରେ ଯତ୍ନର ସହ ରଖନ୍ତୁ ଏ ଜିନିଷଗୁଡିକ, ଏହି ଜିନିଷ ରଖିବାଦ୍ୱାରା ଆସିପାରେ ଦରିଦ୍ରତା 

ବାସ୍ତୁ ଶାସ୍ତ୍ରରେ ସ୍ଥାନ ଏବଂ ଦିଗର ବିଶେଷ ମହତ୍ୱ ଦିଆଯାଇଛି | ପ୍ରତ୍ୟକ ଦିଗର ଭିନ୍ନ ଭିନ୍ନ ବିଶେଷତ୍ୱ ହୋଇଥାଏ | ଯେ କୌଣସି ଜିନିଷକୁ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ରହିଥାଏ | ଭୁଲ ଦିଗରେ ରଖା ଯାଇଥିବା ଜିନିଷ ବ୍ୟକ୍ତି ଜୀବନରେ ଅସୁବିଧା ଆଣିପାରେ | ଦିଗର ଧ୍ୟାନ ନ ରଖିଲେ ବ୍ୟକ୍ତିର ଧନ ହାନି ସହିତ ଉନ୍ନତିରେ ମଧ୍ୟ ବାଧା ହୋଇଥାଏ | ଆସନ୍ତୁ ଜାଣିବା ଘରର ଦକ୍ଷିଣ ଦିଗରେ କେଉଁ ଜିନିଷଗୁଡିକର ଖିଆଲ ରଖିବା ଉଚିତ |

ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ –

ବାସ୍ତୁରେ ଦକ୍ଷିଣ ଦିଗକୁ ପିତୃ ପୁରୁଷଙ୍କ ସ୍ଥାନ କୁହାଯାଇଛି | ଏହି ଦିଗରେ ଭୁଲ ଜିନିଷ ରଖିବା ଦ୍ୱାରା ପିତୃଦୋଷ ଲାଗିଥାଏ  |ପୂର୍ବଜଙ୍କ ଅଶାନ୍ତି ଘରର ସୁଖ -ସମୃଦ୍ଧି ,ଆର୍ଥିକ ସ୍ଥିତି ,ସମ୍ମାନ ,ଉନ୍ନତି ଆଦିରେ ବାଧା ଉପୁଜିଥାଏ |

ଏହି କଥାର ଧ୍ୟାନ ରଖନ୍ତୁ ଯେ ଦକ୍ଷିଣ ଦିଗରେ ଷ୍ଟୋର ରୁମ ଯେମିତି ତିଆରି ନ ହୁଏ :

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ମନ୍ଦିର ତିଆରି ପାଇଁ ମନା କରା ହୋଇଛି | ଏହାଦ୍ୱାରା ଦେବୀ -ଦେବତା ଅସନ୍ତୁଷ୍ଟ  ହୋଇପାରନ୍ତି ଓ ମନୋସ୍କାମନା ମଧ୍ୟ ପୁରା ହୋଇ ନ ଥାଏ |

  ଦକ୍ଷିଣ ଦିଗରେ ଜୋତା -ଚପଲ ରଖିବାକୁ ବାରଣ କରା ଯାଇଛି |ଏହା ଦ୍ୱାରା ପିତୃ-ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି |

–  ଏହି ଦିଗରେ ମେସିନ ମଧ୍ୟ ରଖନ୍ତୁ ନାହିଁ | ଏହାଦ୍ୱାରା ଘରର ସକରାତ୍ମକତା ନଷ୍ଟ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ବଢିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.