ସାଧାରଣ ତରକାରୀ ଠାରୁ ଟିକେ ହଟକେ ଆଜି ହିଁ ଘରେ ବନାନ୍ତୁ ‘କୋବି କିମା’
ଆବଶ୍ୟକୀୟ ସାମଗ୍ରୀ
- ଫୁଲକୋବି ୧ଟି
- ଘିଅ ୩ ଚାମଚ
- ପିଆଜ ୧ଟି
- ଅଦାରସୁଣ ପେଷ୍ଟ ଏକ ବଡ଼ ଚାମଚ
- ଟମାଟୋ ୧ଟି
- ଲବଙ୍ଗ ୪/୫ଟି
- ଡାଲଚିନି ଓ ତେଜପତ୍ର
- ଜିରା
- ଧନିଆ ପାଉଡର
- ହଳଦୀ ଗୁଣ୍ଡ
- ଲଙ୍କା ଗୁଣ୍ଡ
- ଗୋଲମରିଚ ଗୁଣ୍ଡ
- ଧନିଆପତ୍ର
- ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଶୁଖିଲା ମସଲା ଯେପରିକି ଲବଙ୍ଗ, ଡାଲଚିନି, ଜିରା, ଅଳେଇଚ ତେଜପତ୍ର ଇତ୍ୟାଦି ଭାଜି ତାକୁ ଗୁଣ୍ଡ କରିଦିଅନ୍ତୁ । ତାପରେ କୋବିକୁ ଗ୍ରେଟ କରି ଅଳ୍ପ ଘିଅରେ ଭଲଭାବେ ଭାଜି ଦିଅନ୍ତୁ । ବର୍ତ୍ତମାନ ଆଉ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ପିଆଜ ଓ ଅଦା ରସୁଣ ପେଷ୍ଟ ପକାଇ ଭାଜିଦିଅନ୍ତୁ । ଟିକିଏ ଭାଜି ହୋଇଗଲା ପରେ ସେଥିରେ ଟମାଟୋ କାଟି ପକାଇ ଦିଅନ୍ତୁ ଓ ତାପରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ଓ ପୂର୍ବ ପ୍ରସ୍ତୁତ ମସଲା ପକାଇ ଆଉ ଟିକିଏ ଭାଜି ଦିଅନ୍ତୁ । ଆଉ ତାପରେ ସେଥିରେ ପାଣି ଦେଇ କିଛି ସମୟ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ । ବର୍ତ୍ତମାନ ଏଥିରେ ଭାଜି ରଖିଥିବା କୋବି ଓ ଗରମ ମସଲା ପକାଇ ଅଳ୍ପ ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ତାପରେ ଧନିଆପତ୍ରରେ ଗାର୍ନିସିଙ୍ଗ କରି ଗରମ ଗରମ ସର୍ଭ କରନ୍ତୁ ‘କୋବି କିମା’ ।