ଗରମରେ ଆରାମ ଦେବ ମ୍ୟାଙ୍ଗୋ ମିଣ୍ଟ ଲସି, ଝଟପଟ୍‌ ବନାନ୍ତୁ ଏପରି

ଗରମର ଏହି ଦିନରେ ନିଜ ଆହାରରେ ଏମିତି ଜିନିଷ ସାମିଲ କରାଯାଏ ଯାହା ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମ୍ୟାଙ୍ଗୋ ମିଣ୍ଟ ଲସି ରେସିପି। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିବ।

ଆବଶ୍ୟକ ସାମଗ୍ରୀ

  • ୨ ବଡ ଆମ୍ବ
  • ୪ ବଡ ଚାମଚ୍‌ ଚିନି
  • ୩ ବଡ ଚାମଚ ତାଜା ପୋଦିନା ପତ୍ର (ଛୋଟ କଟା ହୋଇଥିବା)
  • ୧ ଛୋଟ ଚାମଚ ଷ୍ଟାର ଏନାଇସ୍‌ ପାଉଡର
  • ଏକ ଛୋଟ ଚାମଚ୍‌ ଛୋଟ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

  1. ମ୍ୟାଙ୍ଗୋ ମିଣ୍ଟ ଲସି ବନାଇବା ପାଇଁ ପ୍ରଥମେ ଆମ୍ବର ଚୋପା ଛଡାଇ ଛୋଟ ଛୋଟ ଖଣ୍ଡରେ କାଟିଦିଅନ୍ତୁ।
  2. ଆମ୍ବ, ପୋଦିନା, ଦହି ଏବଂ ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରି ଭଲଭାବେ ମିକ୍ସ କରିଦିଅନ୍ତୁ।
  3. ବ୍ଲେଣ୍ଡର ଖୋଲି ଏହାକୁ ଥରେ ଚେକ କରିଦିଅନ୍ତୁ। ସବୁ ସାମଗ୍ରୀକୁ ଭଲଭାବେ ଗ୍ରାଇଣ୍ଡିଂ କର ଏଥିରେ ଆଇସ୍‌ କ୍ୟୁବ୍‌ ପକାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  4. ଏବେ ଲସିକୁ ଗ୍ଲାସରେ ପକାଇ ପୋଦିନା ପତ୍ରରେ ଗାର୍ନିସ କରି ଥଣ୍ଡା ଥଣ୍ଡା ପିଅନ୍ତୁ ଆଉ ପିଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.