ବିନା ତେଲରେ ବନାନ୍ତୁ ଆମ୍ବ ଆଚାର, ପାଇବେ ଚଟପଟା ସ୍ୱାଦ

ଏହି ଗରମ ଦିନରେ ଆମ୍ବର ଋତୁ ଆରମ୍ଭ ହୋଇଗଲାଣି। ଆମ୍ବର ବହୁତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହାର ସ୍ୱାଦ ଲୋକଙ୍କୁ ଦିଓ୍ଵାନା କରିଦିଏ। ଆଜି ଆମେ ଆପଣଙ୍କୁ ଆଜି ଜଣାଇବୁ ବିନା ତେଲରେ ଆମ୍ବ ଆଚାର ବନାଇବେ କେମିତି। ଯାହା ସ୍ୱାଦିଷ୍ଟ ହେବା ସହିତ ଚଟପଟା ଲାଗିଥାଏ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଏକ କିଲୋ କଞ୍ଚା ଆମ୍ବ
ସ୍ୱାଦାନୁସାରେ ଲୁଣ
୨ ଟେବୁଲ ଚାମଚ ପାନମଧୁରୀ
୨ ଟେବୁଲ ଚାମଚ ହଳଦି ପାଉଡର
୧ ଚାମଚ ମେଥିଦାନା
ଅଧା କପ୍‌ ଭିନେଗାର
ଏକ ଚାମଚ ହେଙ୍ଗୁ ପାଉଡର

ପ୍ରସ୍ତୁତି ପ୍ରଣାଳୀ

  • ଆମ୍ବକୁ ଭଲଭାବେ ଧୋଇ ସଫା କପଡାରେ ପୋଛି ଦିଅନ୍ତୁ।
  • ଏକ ଘଣ୍ଟା ପରେ ଏହାକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଧ୍ୟାନ ରଖନ୍ତୁ ଆମ୍ବର ଚୋପା ଯେମିତି ଛଡାଇବେନାହିଁ।
  • ଏବେ କଡାରେ ମେଥି ଦାନା ଏବଂ ପାନମଧୁରୀକୁ ହାଲକା ଭାଜି ଦିଅନ୍ତୁ।
  • ଗୋଟେ ଦୁଇ ମିନିଟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଦରଦରା କରି ପେଶି ଦିଅନ୍ତୁ।
  • ଏବେ ଏକ ବଡ ପାତ୍ରରେ କଟା ହୋଇଥିବା ଆମ୍ବ, ଗୁଣ୍ଡ କରି ରଖିଥିବା ମସଲା, ଲୁଣ, ହେଙ୍ଗୁ, ହଳଦି ପାଉଡର, ଲାଲ ଲଙ୍କା ପାଉଡର ଏବଂ
  • ଭିନେଗାର ପକାଇ ମିକ୍ସ କରିଦିଅନ୍ତୁ।
  • ଏହାକୁ ଏକ ଡବା କିମ୍ବା ଜାରରେ ରଖି ଗୋଟେ ସପ୍ତାହ ଖରାରେ ରଖିଦିଅନ୍ତୁ।
  • ମନେ ରଖନ୍ତୁ ଏହାକୁ ଖରାରେ ଶୁଖାଇବା ବେଳେ ମଝିରେ ମଝିରେ ଚାମଚରେ ଚଲାଇ ଦିଅନ୍ତୁ।
  • ଗୋଟେ ସପ୍ତାହ ପରେ ଏହାକୁ ଖାଇବା ପାଇଁ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.