ଘରେ ବନାଇ ଖାଆନ୍ତୁ ସ୍ୱାଦିଷ୍ଟ ‘ମିଲ୍କ କେକ’

ଅନେକ ଲୋକଙ୍କୁ ଲାଗିଥାଏ ଯେ ମିଲ୍କ କେକ ବନାଇବା ବୋଧହୁଏ ବହୁତ କଷ୍ଟ। କିନ୍ତୁ ଆମେ କହୁଛୁ ଏହାକୁ ବନାଇବା ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ ଲିଟର କ୍ଷୀର
  • ଦୁଇ ଚିମୁଟା ଫିଟକାରୀ, ପେଶା ହୋଇଥିବା
  • ୨ କପ୍‌ ଚିନି
  • ଦୁଇ ବଡ ଚାମଚ ଘିଅ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ବଡ ପ୍ୟାନରେ କ୍ଷୀର ପକାଇ ଗରମ ହେବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ଏହା ଫୁଟିଯିବ ଫିଟକାରୀ ପକାଇ ଦିଅନ୍ତୁ। ଫିଟକାରୀ ପକାଇବା ପରେ କ୍ଷୀର ଛିଡିଯିବ। ଏହାପରେ କ୍ଷୀରକୁ ଚଲାଇ ଗାଢ଼ା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ, ଯେତେବେଳେ କ୍ଷୀର ଗାଢ଼ା ହୋଇଯିବ ସେତେବେଳେ ଚିନି ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ଚଲାଇବା ପରେ ୮-୧୦ ମିନିଟ୍‌ ଫୁଟିବା ପରେ ଏଥିରେ ଘିଅ ମିଶାଇ ଦିଅନ୍ତୁ।

ଏହି ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେବେଳ ଯାଏଁ ଏହା ଗାଢ଼ା ନହୋଇଛି ଏବଂ ଏହାର ରଙ୍ଗ ନ ବଦଳିଛି। ଏହାର କଲର ବଦଳିବା ପରେ ଗଭୀର ଗିନା କିମ୍ବା ଥାଳିରେ ବାହାର କରି ୩୦ ମିନିଟ୍‌ ପାଇଁ ଥଣ୍ଡା ହେବା ପାଇଁ ରଖନ୍ତୁ। ନିର୍ଦ୍ଧିଷ୍ଟ ସମୟ ପରେ ଏହାକୁ ମନଇଚ୍ଛା ଆକାର କାଟି ଦିଅନ୍ତୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.