Below header

ଘରେ ଏପରି ପ୍ରସ୍ତୁତ କରନ୍ତୁ ଭେଣ୍ଡି ପୋଡା ଚଟଣୀ, ପାଟିରୁ ଆସିଯିବ ପାଣି

ଖାଦ୍ୟ ସହିତ ସବୁବେଳେ କିଛି ଖଟା କିମ୍ବା ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। କଣ ଆପଣଙ୍କର ବି କିଛି ଖଟା କିମ୍ବା ଚଟପଟା ଖାଇବାକୁ ଇଚ୍ଛା ହେଉଛି କି,ତାହେଲେ ଆଜି ବନାନ୍ତୁ ଭେଣ୍ଡି ପୋଡା ଚଟଣୀ। ଏହାକୁ ବନାଇବା ଏକଦମ୍‌ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଭେଣ୍ଡି – ୧୦ଟି
ଶୁଖିଲା ଲଙ୍କା – ୨ଟି
ରସୁଣ ଛେଚା – ଅଳ୍ପ
ତେଲ – ଆବଶ୍ୟକ ଅନୁସାରେ
ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଭେଣ୍ଡିକୁ ଭଲଭାବେ ଧୋଇ ତାକୁ ଦୁଇ ପଟରୁ ଟିକେ ଟିକେ କାଟି ଦିଅନ୍ତୁ। ଏହାପରେ କାଟି ରଖିଥିବା ଏହି ଭେଣ୍ଡିରେ ଅଳ୍ପ ସୋରିଷ ତେଲ ନେଇ ଲଗାଇ ଦିଅନ୍ତୁ। ଏହାପରେ ଭେଣ୍ଡିକୁ ନେଇ ଗ୍ୟାସରେ ପୋଡି ଦିଅନ୍ତୁ। ଦେଖିବେ ଭେଣ୍ଡି ହୋଇଗଲା ପରେ ଏହାକୁ ଗୋଟେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏହାପରେ ଶୁଖିଲା ଲଙ୍କାକୁ ଗ୍ୟାସରେ ପୋଡି ଦିଅନ୍ତୁ। ଏଥିରେ ରସୁଣ, ସୁଖିଲା ଲଙ୍କା ଲୁଣ ଏବଂ ସାମାନ୍ୟ ତେଲ ପକାଇ ଚକଟି ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ଆମ୍ବୁଲ ଖଣ୍ଡେଟିଏ ବି ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପୋଡା ଭେଣ୍ଡି।ଏବେ ପୂରା ମନ ଭଳି ଭେଣ୍ଡି ଚଟଣୀର ମଜା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.