ବର୍ଷା ପାଗରେ ବନାନ୍ତୁ ଚଟପଟା କ୍ରିସପୀ କର୍ଣ୍ଣ ଚାଟ୍‌, ଏକଦମ୍‌ ମଜା ଆସିଯିବ

ଆବଶ୍ୟକ ସାମଗ୍ରୀ

  • ଚାଉଳ ଗୁଣ୍ଡ – ୧/୨ କପ୍‌
  • କର୍ଣ୍ଣ – ୧ କପ୍‌
  • ମକା ଅଟା – ୧/୨ କପ୍‌
  • ଲୁଣ – ସ୍ୱାଦାନୁସାରେ
  • ଜିରା ପାଉଡର – ୧/୨ ଚାମଚ
  • ଚାଟ ମସଲା – ୧/୨ ଚାମଚ୍‌
  • ଚିଲ୍ଲି ଫ୍ଲେକ୍ସ – ୧/୨ ଚାମଚ୍‌
  • କଳା ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକ ଅନୁସାରେ
  • ଗାର୍ନିସ କରିବା ପାଇଁ – ଏକ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ କର୍ଣ୍ଣକୁ ସିଝାଇ ସାଇଡରେ ରଖନ୍ତୁ। ଏକ ପାତ୍ରରେ କର୍ଣ୍ଣ ପକାନ୍ତୁ ଏବଂ ତାସହିତ ଚାଉଳ, ମକା ଅଟା ଏବଂ ଲୁଣ, ଜିରା ପାଉଡରକୁ ଆବଶ୍ୟକ ଅନୁସାରେ ଭଲଭାବେ ମିକ୍ସ କରନ୍ତୁ।
  2. ଏବେ ଏକ କଡେଇରେ ତେଲ ଗରମ କରନ୍ତୁ ଏବଂ ମିକ୍ସଚର ସାମଗ୍ରୀ ପକାନ୍ତୁ ଏବଂ ଗୋଲଡେନ୍‌ ହେବା ପର୍ଯ୍ୟନ୍ତ କର୍ଣ୍ଣକୁ ଭଲଭାବେ ମିକ୍ସ କରନ୍ତୁ।
  3. ଗୋଲଡେ୍‌ ବ୍ରାଉନ୍‌ ହେବା ପରେ ଏହାକୁ ପ୍ଲେନ ପେପର କିମ୍ବା ଟିସ୍ୟୁ ପେପର ଉପରେ ବାହାର କରନ୍ତୁ। ଯାହାଦ୍ୱାରା ଏକ୍ସଟ୍ରା ଅଏଲକୁ ପେପର ଶୋଷିନେବ।
  4. ଏବେ ଏହାକୁ ଏକ ପ୍ଲେଟରେ ବାହାର କରନ୍ତୁ ଏବଂ ଏହାଉପରେ କଳା ଲୁଣ, ଚାଟ ମସଲା, ଚିଲ୍ଲି ଫ୍ଲେକ୍ସ ଏବଂ ଲେମ୍ବୁ ରସ ପକାଇ ଏହାକୁ ଭଲଭାବେ ମିକ୍ସ କରନ୍ତୁ।
  5. ଆପଣଙ୍କ ଚଟପଟି କ୍ରିସପି କର୍ଣ୍ଣ ଚାଟ ପ୍ରସ୍ତୁତ ହୋଇଯାଇଛି। ଗାର୍ନିସ କରିବା ପାଇଁ ଆପଣ ପିଆଜ ଧନିଆ ପୋଦିନା ବ୍ୟବହାର ମଧ୍ୟ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.