କଣ ଘରେ ବସି ବସି ମିଠା ଖାଇବାକୁ ଇଚ୍ଛା ହେଉଛି କି? ତେବେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ କେକ୍
ବର୍ଷା ପାଗରେ ଘରେ ରହିଲେ କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମନ ହୋଇଥାଏ। ତେବେ ଯଦି ଆପଣଙ୍କର ବି ଏମିତି ଇଚ୍ଛା ହେଉଥାଏ ତାହେଲେ ଆପଣ କିଛି ମିଠା ବନାଇପାରିବେ। ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ କେକ୍। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- କ୍ଷୀର – ୧ଲିଟର
- ଚିନି – ୧୦୦ ଗ୍ରାମ
- ମକ୍କା ଗୁଣ୍ଡ – ୧ ଟେବୁଲ ଚାମଚ
- ଲେମ୍ବୁ ରସ – ୧/୨ ଚାମଚ୍
- କେସର – ୬ଟି
- କ୍ରୀମ – ୨ ଟେବୁଲ ଚାମଚ
- ସଜାଇବା ପାଇଁ
- ଅଳେଇଚ ପାଉଡର – ୧/୨ ଚାମଚ୍
- ସିଲଭର କୋଟିଙ୍ଗ୍ ପେପର
- ଡ୍ରାଏ ଫ୍ରୁଟ୍ସ
ପ୍ରସ୍ତୁତି ପ୍ରଣାଳୀ
ମିଲ୍କ କେକ ବନାଇବା ପାଇଁ ସର୍ବପ୍ରଥମେ କ୍ଷୀରକୁ ଫୁଟାନ୍ତୁ ଏବଂ ସେଥିରେ ଚିମୁଟାଏ ଟାଟାରିକ ପାଉଡର ଏବଂ ଲେମ୍ବୁ ରସ ପକାନ୍ତୁ। ଯେତେବେଳେ କ୍ଷୀର ଫୁଟିବାକୁ ଲାଗିବ ସେତେବେଳେ ଏଥିରେ ଚିନି ପକାଇ ଦିଅନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ମିଶ୍ରଣ ଗାଢ଼ା ନ ହୋଇଛି। ଏହାପରେ ଏହାକୁ ଥଣ୍ଡା ହେବା ପାଇଁ ରଖନ୍ତୁ। ଏବେ ପରେ କ୍ଷୀରକୁ ହାଲକା ଆଞ୍ଚରେ ରଖିଦିଅନ୍ତୁ ଏବଂ ଏଥିରେ କେସର ପକାନ୍ତୁ।
ଏବେ ଏକ ଘିଅ ଲଗାଯାଇଥିବା ପାତ୍ର ନିଅନ୍ତୁ ସେଥିରେ ଏହି ମିଶ୍ରଣକୁ ଢ଼ାଳିଦିଅନ୍ତୁ। ଏବେ ଏହାକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଯେତେବେଳେ ଏହା ଭଲଭାବେ ଥଣ୍ଡା ହୋଇଯିବ ସେତେବେଳେ ଏହା ଉପରେ ସିଲଭର କୋଟେଡ୍ ପେପର ଲଗାଇ ଅଳେଇଚ ପାଉଡର ପକାଇ ଦିଅନ୍ତୁ। ଏହାପରେ ଅଳ୍ପ କ୍ରୀମ ଏବଂ ଡ୍ରାଏ ଫ୍ରୁଟ୍ସ ଲଗାଇ ସର୍ଭ କରନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମିଲ୍କ କେକ ବସିବା ପାଇଁ କିଛି ସମୟ ଲାଗିଥାଏ। ଏଥିପାଇଁ ଏହି କଥା ଉପରେ ଧ୍ୟାନ ରଖିବେ। ଏହା ବସିଯିବା ପରେ ଏହାକୁ ପିସ୍ ପିସ୍ କରି କାଟିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମିଲ୍କ କେକ୍।