ପାଟିରୁ ଲାଳ ବାହାର କରିଦେବ ଏହିି ରେସିପି, ଥରେ ବନାଇ ଖାଆନ୍ତୁ ଚିନି ପରଟା

ଅନେକ ଥର ଘରେ ବସିଥିବାବେଳେ ହେଉ କିମ୍ବା ବଜାରରେ ମାର୍କେଟିଙ୍ଗ ସମୟରେ କିଛି ମିଠା ଖାଇବାକୁ ମନ ହୋଇଥାଏ। କିନ୍ତୁ ଘରେ ସବୁବେଳେ ମିଠା ମହଜୁଦ ରଖିବା ସମ୍ଭବପର ହୋଇନଥାଏ, କାହିଁକିନା ଏହା ଖରାପ ହୋଇଯାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ବଢ଼ିଆ ରେସିପି ବିଷୟରେ କହିବୁ ଯାହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ମନ କରିବ। ତାହେଲେ ଆସନ୍ତୁ ଜାଣିବା ଚିନି ପରଟା କେମିତି ପ୍ରସ୍ତୁତ କରିବେ।

parathaଚିନି ପରଟା ବନାଇବା ପାଇଁ ଚିମୁଟାଏ ଲୁଣ, ଘିଅ ଏବଂ ଅଳ୍ପ ଚିନି ମିଶାଇ ଅଟା ଭଳି ଚକଟି ଦିଅନ୍ତୁ। ଏହି ଅଟାକୁ କିଛି ସମୟ ପାଇଁ ଘୋଡାଇ ରଖିଦିଅନ୍ତୁ। ଏବେ ଗ୍ୟାସରେ ତାଓ୍ଵା ବସାନ୍ତୁ। ଏବେ ଅଟାର ଛୋଟ ଗୋଲା ନେଇ ଏହାକୁ ସାମାନ୍ୟ ବେଲି ଦିଅନ୍ତୁ। ଏଥିରେ ଘିଅ ଲଗାଇ ଉପରେ ୧ ରୁ ଦେଢ଼ ଚାମଚ ଚିନି ପକାଇଦିଅନ୍ତୁ। ଏବେ ଏହାକୁ ଚାରିଆଡୁ ହାତରେ ଥାପି ଥାପି ପରଟା ଉପରେ ଦାପି ଦିଅନ୍ତୁ। ଏବେ ଏହାକୁ ହାଲକା ବେଲି ଦିଅନ୍ତୁ। ଧ୍ୟାନ ରଖିବେ ଯପରି ପରଟାକୁ ଅଧିକ ଚାପ ପକାଇ ବେଲିବେନାହିଁ, ନଚେତ ପରଟା ଫାଟିଯିବ। ଏହାକୁ ଗରମ ତାଓ୍ଵାରେ ମିଡିୟମ ଫ୍ଲେମରେ ଫ୍ରାଏ କରନ୍ତୁ।

ଏବେ ଏଥିରେ ନିଜ ଇଚ୍ଛା ମୁତାବକ ଘିଅ କିମ୍ବା ତେଲ ପକାଇ ସେକି ଦିଅନ୍ତୁ। ପରଟା ଗୋଲଡେନ ବ୍ରାଉନ ହୋଇଗଲେ ଏହାକୁ ତାଓ୍ଵାରୁ ବାହାର କରି ପ୍ଲେଟରେ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚିନି ପରଟା। ଏହାକୁ ଆପଣ ନିଜ ପିଲାଙ୍କୁ ବ୍ରେକଫାଷ୍ଟରେ ବି ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.