ଦୀପାବଳିରେ ଘରେ ବନାନ୍ତୁ ଚକୋଲେଟ୍‌ ବର୍ଫି, ଅତିଥି ହୋଇଯିବେ ଖୁସି

ଆବଶ୍ୟକ ସାମଗ୍ରୀ

  • ଅଖରୋଟ
  • ଡାର୍କ ଚକୋଲେଟ – ୨୦୦ ଗ୍ରାମ୍‌
  • ଅନସଲଟେଡ୍‌ ବଟର – ୫୦ ଗ୍ରାମ
  • କ୍ଷୀର – ୧/୨ କପ୍‌
  • ମିଲ୍କ ପାଉଡର – ୨ କପ୍‌
  • ଡାଇଗେଷ୍ଟିଭ୍‌ ବିସ୍କୁଟ – ୧ କପ୍‌
  • କଣ୍ଡେସଡ୍‌ ମିଲ୍କ – ୧ କପ୍‌

ପ୍ରସ୍ତୁତି ପ୍ରଣାଳୀ

  1. ଏକ ମିକ୍ସଚର ଜାରରେ କାଲିଫର୍ଣ୍ଣିୟା ଓ୍ଵାଲନଟ୍ସ ପକାନ୍ତୁ ଏବଂ ଅଖରୋଟକୁ ଦରଦରା ପେଶି ଅଲଗା ରଖିଦିଅନ୍ତୁ।
  2. ଡାର୍କ ଚକୋଲେଟକୁ ଛୋଟ ଖଣ୍ଡରେ କାଟି ଅଲଗା ରଖିଦିଅନ୍ତୁ।
  3. ଏକ ପ୍ୟାନରେ ବଟର ପକାନ୍ତୁ ଏବଂ ପେଶି ରଖିଥିବା ଅଖରୋଟକୁ ମିଶାନ୍ତୁ।
  4. ପ୍ୟାନରେ କ୍ଷୀର ଏବଂ ମିଲ୍କ ପାଉଡର ପକାଇ ଧିରେ ଧିରେ ମିଶାନ୍ତୁ।
  5. ଏବେ ବିସ୍କୁଟ ପାଉଡର ପକାନ୍ତୁ ଏବଂ ଭଲଭାବେ ମିଶାଇ ଦିଅନ୍ତୁ।
  6. ଶେଷରେ କଣ୍ଡେସଡ୍‌ ମିଲ୍କ ଏବଂ କ୍ଷୀର ପକାନ୍ତୁ।
  7. ବର୍ଫିର ମିଶ୍ରଣକୁ ପ୍ୟାନରେ ଖେଳାଇ ଦିଅନ୍ତୁ ଏବଂ ସମ୍ପୂର୍ଣ୍ଣ ଭାବେ ଥଣ୍ଡା ହେବାକୁ ଛାଡନ୍ତୁ।
  8. ଏବେ ଏହାକୁ ବର୍ଫି ସେପ୍‌ ଦେଇ କାଟି ଦିଅନ୍ତୁ।
  9. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚକୋଲେଟ୍‌ ବର୍ଫି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.