କେବେ ଖାଇଛନ୍ତି ତରଭୁଜ ହାଲଓ୍ଵା, ଥରେ ଖାଇଲେ ଭୁଲି ପାରିବେନି ସ୍ୱାଦ

ଗରମ ଦିନରେ ତରଭୁଜ ମାର୍କେଟରେ ବହୁତ ମିଳେ। ତରଭୂଜ ନା କେବଳ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ, ବରଂ ଏଥିରେ ସମସ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ। ଆମେ ସାଧାରଣତଃ ତରଭୂଜର ଲାଲ ଅଂଶକୁ ଛାଡି ଧଳା ଅଂଶ ଥିବା ଚୋପାକୁ ଫୋପାଡି ଦିଅନ୍ତି। କିନ୍ତୁ ଏଥିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ନୂଆ ସ୍ୱାଦ। ଯାହା ବହୁତ ସ୍ୱାଦିଷ୍ଟ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ତରଭୂଜ ଚୋପା – ଆବଶ୍ୟକ ଅନୁସାରେ
ଘିଅ – ୨,୩ଟି ବଡ ଚାମଚ
ସୁଜି – ୧ ବଡ ଚାମଚ
ବେସନ – ୧ ବଡ ଚାମଚ
ଚିନି – ୧/୨ କପ୍‌
ଅଳେଇଚ ପାଉଡର – ୧/୨ ଛୋଟ ଚାମଚ
ଜାଇଫଳ ପାଉଡର – ଏକ ଚିମୁଟାଏ
କ୍ଷୀର – ୧ କପ୍‌
ବାଦାମ ଏବଂ ପିସ୍ତା – ମୁଟାଏ

ପ୍ରସ୍ତୁତି ପ୍ରଣାଳୀ

ତରଭୁଜ ଚୋପାର ଗ୍ରୀନ ପରସ୍ତକୁ ଛଡାଇ ଦିଅନ୍ତୁ। ଏବେ ଧଳା ଅଂଶକୁ କାଟି ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ମନେ ରଖନ୍ତୁ ଗ୍ରାଇଣ୍ଡିଂ କଲାବେଳେ ଏଥିରେ ପାଣିର ବ୍ୟବହାର କରିବେନାହିଁ। ଏବେ ଏକ ପ୍ୟାନ ଗରମ କରନ୍ତୁ ସେଥିରେ ଘିଅ ପକାନ୍ତୁ। ଏହାପରେ ଏଥିରେ ସୁଜି, ବେସନ ପକାନ୍ତୁ ଏବଂ ଧିମା ଆଞ୍ଚରେ ବ୍ରାଉନ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଯେତେବେଳେ ବେସନ ଏବଂ ସୁଜି ଭାଜି ହୋଇଯିବ ସେତେବେଳେ ତରଭୁଜ ଚୋପାର ଯେଉଁ ପ୍ୟୁରି ରଖିଛନ୍ତି ତାକୁ ପକାଇ ଗାଢ଼ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏଥିରେ ୧୫-୨୦ ମିନିଟ ଲାଗିବ। ଚିନି ପକାନ୍ତୁ ଏବଂ ପ୍ରାୟ ୧୦ ମିନିଟ ପାଇଁ ପୁଣି ଥରେ ଆଞ୍ଚରେ ବସାନ୍ତୁ। ଏବେ ଏଥିରେ ଅଳେଇଚ ପାଉଡର, ଜାଇଫଳ ପାଉଡର ଏବଂ କ୍ଷୀର ପକାନ୍ତୁ ଏବଂ ୫ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ପାଞ୍ଚ ମିନିଟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଏଥିରେ ଡ୍ରାଇଫ୍ରୁଟ୍ସ ପକାଇ ସଜାଇ ଗରମାଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.