ହ୍ୟାଣ୍ଡସମ୍ ଲୁକ୍ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ୭ ଟିପ୍ସ

କେବଳ ନାରୀମାନେ ନୁହନ୍ତି, ପୁରୁଷମାନେ ମଧ୍ୟ ନିଜ ଚେହେରାର ଯତ୍ନ ନେଇ ହ୍ୟାଣ୍ଡସମ ଲୁକ୍ ପାଇ ପାରିବେ। ଏଥିପାଇଁ ସେମାନଙ୍କୁ କିଛି ଟିପ୍ସ ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ଟିପ୍ସକୁ ଆପଣେଇ ପୁରୁଷମାନେ ନିଜ ଲୁକକୁ ପୂରାପୂରି ବଦଳାଇ ପାରିବେ।

ଜିନ୍ସ :

jeansଭଲ ଦେଖାଯିବା ପାଇଁ ଜିନ୍ସ ଏବଂ ଟ୍ରାଉଜରକୁ ସାମିଲ କରନ୍ତୁ। ଜିନ୍ସ କେବେବି ଆଉଟ ଅଫ୍ ଟ୍ରେଣ୍ଡ ହୋଇନଥାଏ। ଭଲ ରଙ୍ଗର ଜିନ୍ସକୁ ନିଜର ୱାର୍ଡରୋବରେ ସାମିଲ କରନ୍ତୁ।

ଆଇବ୍ରୋ :

ଆପଣଙ୍କ ଲୁକକୁ ଆଇବ୍ରୋ ଭଲ ଏବଂ ଖରାପ ଲୁକ ଦେଇଥାଏ। ଅତି ପତଳା ଆଇବ୍ରୋ ରଖନ୍ତୁ ନାହିଁ। ବହଳିଆ ଆଇବ୍ରୋ ହୋଇଥିଲେ ସାମାନ୍ୟ ଟ୍ରିମ କରି ଦିଅନ୍ତୁ।

ଦାଢ଼ୀ :

bearedଯଦି ଆପଣଙ୍କ ଚେହେରାରେ ବହଳିଆ ଦାଢ଼ୀ ଆସୁଛି ତେବେ ଏହୋକୁ ଭଲ ଭାବରେ ସାଇଜ କରି ଦିଅନ୍ତୁ। କିନ୍ତୁ ଯଦି ଆପଣଙ୍କ ଚେହେରାରେ ହାଲକା ଦାଢ଼ି ରହିଛି ତେବେ ଏହାକୁ କ୍ଳିନ ସେଭ୍ ହିଁ ରଖନ୍ତୁ। ଏଭଳି ସ୍ଥିତିରେ ଆପଣଙ୍କୁ ଦାଢ଼ୀ ସହିତ ଏକ୍ସପେରିମେଣ୍ଟ କରିବା ଉଚିତ ନୁହେଁ।

ଡିଓ :

ସିଜିନ ହିସାବରେ ନିଜର ଡିଓକୁ ଚୟନ କରିବା ଉଚିତ। ଏମିତି ଫ୍ରାଗ୍ରାନ୍ସ ବାଛନ୍ତୁ ଯାହା ଅତି ତୀବ୍ର ହୋଇନଥିବ। ତୀବ୍ର ଫ୍ରାଗ୍ରାନ୍ସ ଆପଣଙ୍କ ପାଖ ଲୋକଙ୍କୁ ଭଲ ନଲାଗି ପାରେ।

କେଶ :

ତ୍ବଚାରେ କୌଣସି ସ୍ଥାନରେ ଯଦି କେଶ ହୋଇଥାଏ ତେବେ ତାହାକୁ ହଟାଇ ଦିଅନ୍ତୁ। କିଛି ଲୋକଙ୍କ କାନରେ ମଧ୍ୟ କେଶ ଉଠିଥାଏ। ଯଦି ଆପଣ ଷ୍ଟାଇଲିସ୍ ଲୁକ ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ହଟାଇ ଦିଅନ୍ତୁ।

ଚେହେରା :

menଚେହେରାରେ ତ୍ବଚା ବହୁତ ନରମ ହୋଇଥାଏ। ଏହି କାରଣରୁ ସାବୁନ ଲଗାନ୍ତୁ ନାହିଁ। ଚେହେରାରେ ମଶ୍ଚରାଇଜର ଲଗାନ୍ତୁ।

ବ୍ରଣ : 

ମୁହଁରେ ବ୍ରଣ ହେବା ଦ୍ବାରା ଏହା ଆପଣଙ୍କ ପର୍ସନାଲିଟୀ ଉପରେ ଭିନ୍ନ ପ୍ରଭାବ ପକାଇଥାଏ। ଏହି ସମସ୍ୟା ପାଇଁ ଆପଣ ଚେହେରାରେ ଆଣ୍ଟିସେପ୍ଟିକ କ୍ରିମ୍ ଲଗାନ୍ତୁ।

Leave A Reply

Your email address will not be published.