ବାପା- ମା ମାନଙ୍କୁ ନିଶ୍ଚିତ ଭ୍ରମଣ କରାନ୍ତୁ ଏହି ସ୍ଥାନ

ସାଧାରଣତଃ ବୃଦ୍ଧାବସ୍ଥା ସମୟରେ ପ୍ରାୟ ଲୋକ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ସ୍ଥାନ ଗୁଡିକ ସମ୍ବନ୍ଧରେ ଅଧିକ ଜାଣି ନଥିବାରୁ ବହୁ ସମୟରେ ଲୋକେ ଏହି ସ୍ଥାନ ମାନଙ୍କୁ ଯାଇ ପାରନ୍ତି ନାହିଁ । ଏମିତି ଅବସ୍ଥାରେ ଯଦି ଆପଣ ନିଜ ପିତା ମାତାଙ୍କୁ ତୀର୍ଥ ଭ୍ରମଣରେ ନେବାକୁ ଚାହୁଁଛନ୍ତି । ତେବେ ନିଶ୍ଚିତ ରୂପେ ଏହି ସ୍ଥାନ ଗୁଡିକ ବିଷୟରେ ଜାଣି ରଖନ୍ତୁ । ଏଠାରେ ଆମେ ଆପଣଙ୍କୁ କୃଷ୍ଣଙ୍କ ପବିତ୍ର କର୍ମ ନଗରୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ରହ୍ମାଙ୍କ ଦ୍ୱାର ମଧ୍ୟ କୁହାଯାଏ । କିନ୍ତୁ ଆମେ ଆପଣଙ୍କୁ ମଥୁରା ଓ ବୃନ୍ଦାବନ ବ୍ୟତୀତ କୃଷ୍ଣଙ୍କ ଆଉ କିଛି ଅନ୍ୟ କର୍ମ ନଗରୀ ସମ୍ବନ୍ଧରେ ସେତେଟା ଜଣା ନଥାଏ । ତେବେ ଆସନ୍ତୁ ଆଜି କୃଷ୍ଣଙ୍କ ସେହି ପବିତ୍ର ସ୍ଥାନ ଗୁଡିକ ବିଷୟରେ କିଛିଟା ଜାଣିବା ।

ଦ୍ଵାରକା,ଗୁଜୁରାଟ:

ଦ୍ଵାରକାକୁ କୃଷ୍ଣଙ୍କ କର୍ମ ନଗରୀ ଭାବେ ଜଣା ଯାଏ । ଏହାର ନାମ ବ୍ରହ୍ମାଙ୍କ ନାମ ଅନୁସାରେ ହିଁ ହୋଇଛି । ଏହାକୁ ବ୍ରହ୍ମାଙ୍କ ଦ୍ୱାର ମଧ୍ୟ କୁହାଯାଏ । ଭାରତର ଚାରି ଧାମ ଭିତରୁ ବି ଏହା ଗୋଟେ । ଦ୍ଵାରକା ଏକ ପବିତ୍ର ଧର୍ମସ୍ଥଳୀ ହୋଇଥିବାରୁ ଏଠାକୁ ଯିବା ଦ୍ଵାରା ବହୁ ପୁର୍ଣ୍ୟ ମିଳିଥାଏ ।

dwaraka

ଦ୍ଵାରକାଧିସ ମନ୍ଦିର:

ଦ୍ଵାରକାଧିସ ମନ୍ଦିର ଦ୍ଵାରକାସ୍ଥିତ ଏକ ମୁଖ୍ୟ ମନ୍ଦିର । ଯାହାକୁ ଜଗତ ମନ୍ଦିର ନାମରେ ମଧ୍ୟ ଜଣାଯାଏ । କୃଷ୍ଣଙ୍କ ରାଜଧାନୀ କୁହାଯାଉଥିବା ଏହି ନଗରୀକୁ କୃଷ୍ଣଙ୍କ ନାତି ବଜ୍ରନାଥ ହିଁ ନିର୍ମାଣ କରିଥିଲେ । ଏହି ମନ୍ଦିର ପରିସରରେ ବହୁ ସୁନ୍ଦର ଓ କଳାତ୍ମକ କାରୁକାର୍ଯ୍ୟର ନିର୍ମାଣ ଷୋଡଶ ଶତାବ୍ଦୀରେ କରାଯାଇଛି ।

ଘୁମାଳି:

ବାରଡା ପାହାଡ ତଳେ ଏକ ଛୋଟ ଗାଁ ଅଛି । ଯାହାର ସ୍ଥାପନ ୭ମ ଶତାବ୍ଦୀରେ ଜେଠବା ସମ୍ପ୍ରଦାୟ ନିର୍ମାଣ କରିଥିଲେ । ଏଠାରେ ସୋଲଙ୍କି ରାଜବଂଶ ଏକ ସୂର୍ଯ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । ଯାହାକୁ ଗୁଜୁରାଟର ସବୁଠୁ ପୁରୁଣା ସୂର୍ଯ୍ୟମନ୍ଦିର କୁହାଯାଏ ।

ନାଗେଶ୍ୱର ଜୋତିର୍ଲିଙ୍ଗ ମନ୍ଦିର:

ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟେ ହେଉଛି ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର । ଏଠାକୁ ବହୁ ଦୂରଦୂରାନ୍ତରୁ ଶିବ ଭକ୍ତ ମହାଦେବଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏହା ସହ ଏହା ଏକ ଭଲ ପର୍ଯ୍ୟଟନ ସ୍ଥଳ ମଧ୍ୟ ।

nageswar

ଭଲକା ତୀର୍ଥ:

ଦ୍ଵାରକାର ସବୁଠୁ ରୋଚକମୟ ସ୍ଥାନ ହେଉଛି ଭଲକା ତୀର୍ଥ । ବିଶ୍ୱାସ କରାଯାଏ କି ଏହାହିଁ ସେହି କ୍ଷେତ୍ର ଯେଉଁଠାରେ ଭଗବାନ କୃଷ୍ଣଙ୍କ ପାଦରେ ଏକ ଶିକାରୀ ଶର ମାରିଥିଲେ । ଏହି ମନ୍ଦିର ସୋମନାଥ ମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ । ଏହି ମନ୍ଦିର ପ୍ରାଙ୍ଗଣରେ ଭଗବାନ କୃଷ୍ଣଙ୍କ ସ୍ମୃତିରେ ଏକ ତୁଳସୀ ଗଛ ମଧ୍ୟ ଲଗାଯାଇଛି ।

ଏହା ସହ ପଢନ୍ତୁ: ମଧୁମେହ ରୋଗରୁ ମୁକ୍ତି ଦେବ ଆମ୍ବପତ୍ରର ଔଷଧୀୟ ଗୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର

ବେଟ ଦ୍ଵାରକା:

ଧର୍ମୀୟ ଭାବନାଧାରୀ ମାନଙ୍କୁ ଏହି ସ୍ଥାନ ସ୍ୱର୍ଗତୁଲ୍ୟ ଅନୁଭବ ହେବ । କାରଣ ଦ୍ଵାରକାର ଏହି ଦ୍ବୀପ ବା ଆଇଲ୍ୟାଣ୍ଡରେ ବହୁତ ସୁନ୍ଦର ଓ ଦୁର୍ଲଭ ମନ୍ଦିରମାନ ଯାହା ଆଉ କେଉଁ ଠାରେ ମଧ୍ୟ ଦେଖା ଯାଇନଥାଏ । ଏହି ସ୍ଥାନକୁ ବେଟ ସଙ୍ଖୋଧର ନାମରେ ମଧ୍ୟ ଜଣାଯାଏ । ଏଠାରେ ମଧ୍ୟ ବହୁ ସଂଖ୍ୟାରେ ଡ଼ଲଫିନ ବସବାସ କରନ୍ତି ।
ଫ୍ଲାଇଟ, ଟ୍ୱେକ୍ସି ବା ଟ୍ରେନ ସାହାଯ୍ୟରେ ଆପଣ ବହୁ ସହଜରେ ଏହି ସ୍ଥାନ ମାନଙ୍କୁ ଭ୍ରମଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.